ଆନନ୍ଦପୁର: ସଙ୍ଗରୋଧ ସାରି ଘରକୁ ଫେରିବା ପରେ ଅନ୍ତେବାସୀ କୋରୋନା ଚିହ୍ନଟ । ଗାଁର ୩ ଜଣ କୋରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଚଣ୍ଡାଳି ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ତରୁଆଁ ପଞ୍ଚାୟତର ସାଇଁପାଳ ସଂଗରୋଧ କେନ୍ଦ୍ରରେ ଗତ ୧୬ରୁ 3 ଜଣ ଚେନ୍ନାଇ ଫେରନ୍ତା ଥିଲେ ।
୨୨ ତାରିଖ ଦିନ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା ବେଳେ ରିପୋର୍ଟ ଆସିବା ବିଳମ୍ବ ହୋଇଥିଲା । ୧୪ ଦିନ ସଂଗରୋଧ ସାରି ଗତକାଲି ସେମାନେ ଘରକୁ ଫେରିବା ପରେ ସନ୍ଧ୍ୟା ୮ଟାରେ ରିପୋର୍ଟ ଆସିଲା । ପରେ ଜଣାପଡିଲା ଯେ ସେମାନେ କରୋନା ଆକ୍ରାନ୍ତ । ଏନେଇ ଗାଁ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ଅନ୍ୟପଟେ ଜିଲ୍ଲାରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଆନନ୍ଦପୁରରୁ ସୃତିଞ୍ଜନ ବିହାରୀ, ଇଟିଭି ଭାରତ