ଆନନ୍ଦପୁର: ଯାଜପୁରରୁ ଫେରୁଥିବା 28 ଜଣଙ୍କୁ ପୋଲିସ ଧରି କ୍ବାରେଣ୍ଟାଇନ କରିଛି । ଯାଜପୁରରେ କୋରୋନା ବଢୁଥିବାରୁ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି । କେନ୍ଦୁଝର-ଯାଜପୁର ଜିଲ୍ଲା ସୀମାନ୍ତ ୨୦ନମ୍ବର ଜାତୀୟ ରଜପଥର ଜରଦା ଛକ ନିକଟରେ ପୋଲିସ ଦିନରାତି ପହରା ଦେଉଛନ୍ତି ।
ଏଭଳି ସ୍ଥିତିରେ ଲକଡାଉନରେ ଫସିଥିବା ୧୯ଜଣ ଶ୍ରମିକଙ୍କ ସହ ସମୁଦାୟ ୨୮ ଜଣ ନିଜ ଘର ସ୍ବାମପାଟଣା ଫେରୁଥିବା ବେଳେ ଜରଦା ଛକ ନିକଟରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ପରେ ପାଟଣା ଆଇଆଇସି ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରି ଏକ ବସରେ ଶ୍ରମିକଙ୍କୁ ଆଣି କ୍ବାରେଣ୍ଟାଇନରେ କରିଥିବା କିହିଛି ରାମଚନ୍ଦ୍ରପୁର ପୋଲିସ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ