କେନ୍ଦୁଝର: ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରାଣିବେଡା ମହାପାଟ ଉଚ୍ଚବିଦ୍ୟାଳୟର 23 ଛାତ୍ର ଅସୁସ୍ଥ । ହଷ୍ଟେଲରେ ଦୂଷିତ ପାଣି ପିଇ ୨୩ ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗାଁରେ ବସୁଧା ଯୋଜନାରେ ବସିଥିବା ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ଆସୁଥିବା ପାଣି ପିଇ ଏଭଳି ଘଟଣା ଘଟିଥିବା ଛାତ୍ର ପ୍ରକାଶ କରିଛନ୍ତି । ବର୍ତ୍ତମାନ ସବୁ ଆକ୍ରାନ୍ତ ଛାତ୍ରଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ