କେନ୍ଦୁଝର: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ସୋମବାର ପୁଣି 23 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 318ରେ ପହଞ୍ଚିଛି ।
![କେନ୍ଦୁଝରରୁ ପୁଣି 23 କୋରୋନା ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-kjr-01-karonaupdate12-pic-dry-7203607_13072020121018_1307f_1594622418_68.jpg)
ଏହି 23 ଆକ୍ରାନ୍ତଙ୍କ ମଧ୍ୟରୁ 17ଜଣ ଲୋକାଲ କେଶ୍ ରହିଛି । ସେହିପରି କ୍ବାରେଣ୍ଟାଇନ ସେଣ୍ଟରରୁ 5ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ହୋମ କ୍ବାରେଣ୍ଟାଇନ କେଶ ବୋଲି ଜଣାପଡିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ତେବେ ମୋଟ 318 ଆକ୍ରାନ୍ତଙ୍କ ମଧ୍ୟରୁ 181 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 137 ଜଣ ଚିକିତ୍ସାଧିନ ଅଛନ୍ତି ।
![କେନ୍ଦୁଝରରୁ ପୁଣି 23 କୋରୋନା ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-kjr-01-karonaupdate12-pic-dry-7203607_13072020121018_1307f_1594622418_494.jpg)
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ