ETV Bharat / state

ଗୁଣ୍ଡିଚାଘାଇ ଜଳପ୍ରପାତ ବୁଲି ଫେରିବାବେଳେ ଦୁର୍ଘଟଣା, ୨ ମୃତ

author img

By

Published : Dec 1, 2020, 5:12 PM IST

କେନ୍ଦୁଝର ଜିଲ୍ଲା ବଣଚକୁଳିଆ ଗ୍ରାମ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଭଦ୍ରକର 2 ଜଣ ଯୁବକ ମୃତ । ଅଧିକ ପଢନ୍ତୁ...

କେନ୍ଦୁଝରରେ ସଡକ ଦୁର୍ଘଟଣା, ୨ ମୃତ
କେନ୍ଦୁଝରରେ ସଡକ ଦୁର୍ଘଟଣା, ୨ ମୃତ

କେନ୍ଦୁଝର: ଜିଲ୍ଲା ସ୍ଥିତ ବଣଚକୁଳିଆ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି । ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଏପରି ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ମୃତକ ଦ୍ବୟ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଦୁଇଜଣ ଯୁବକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲାର ଗୁଣ୍ଡିଚାଘାଇ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରୁ ଫେରୁଥିବାବେଳେ ଜିଲ୍ଲା ସ୍ଥିତ ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ଏନେଇ ଜରୁରୀକାଳୀନ ସେବାକୁ ଖବର ଦେବାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦରରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତର ସେଠାରେ ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଖବର ପାଇ ପୋଲିସ ମୃତଦେହ ଜବତ କରି ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.