ETV Bharat / state

ଲକଡାଉନ ବଦଳାଇଲା ଜୀବନଶୈଳୀ; ଶିକ୍ଷକରୁ ଚାଷୀ ସାଜିଲେ 2 ଭାଇ - kitchen gardening

ବଢୁଛି ରୁଫ ଟପ୍‌ କିଚେନ ଗାର୍ଡେନର ଡିମାଣ୍ଡ । ଟାଇମ ପାସ ସାଙ୍ଗକୁ ମିଳୁଛି ତଟକା ସବୁଜ ପରିବା । ଛାତ ଉପର ଛୋଟିଆ ଜାଗାରେ ଫଳୁଛି ନାନାଜାତିର ପନିପରିବା । ପୁଣି ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ । ଆଉ ଏହାକୁ ଏବେ ଆପଣାଇ ନେଇଛନ୍ତି କେନ୍ଦୁଝର ଜିଲ୍ଲାର ଦୁଇ ଶିକ୍ଷକ । ଅଧିକ ପଢନ୍ତୁ...

ଲକଡାଉନ ବଦଳାଇଲା ଜୈବନଶୈଳୀ
ଲକଡାଉନ ବଦଳାଇଲା ଜୈବନଶୈଳୀ
author img

By

Published : Jan 9, 2021, 1:54 PM IST

ଆନନ୍ଦପୁର : ବିନା ରାସାୟନିକ ସାର ଓ ଔଷଧ ପ୍ରୟୋଗ କରି କିଭଳି ସ୍ବାସ୍ଥ୍ୟକର ପରିବା ମିଳିପାରିବ ? ଯାହା ମାଟିର ଉର୍ବରତାକୁ ନଷ୍ଟ କରିବ ନାହିଁ କି ସ୍ବାସ୍ଥ୍ୟପ୍ରତି ହାନୀକର ମଧ୍ୟ ହେବ ନାହିଁ । ଏପରି ଚିନ୍ତାଧାରାକୁ ନେଇ ଛାତରେ କିଚେନ ଗାର୍ଡେନ କରିଛନ୍ତି ଦୁଇ ଶିକ୍ଷକ ଭାଇ । ଲକଡାଉନ ସମୟରେ ଶିକ୍ଷାନୁଷ୍ଠାନର ବନ୍ଦ ଥିବାରୁ ପ୍ରଚୁର ସମୟ ମିଳିଥିଲା । ଏହାକୁ ସଦ୍‌ଉପଯୋଗ କରି ଛାତ ଉପରେ ଫଳାଇଛନ୍ତି ନାନାଜାତିର ପନିପରିବା । ଯାହାକୁ ଦେଖିଲେ ଯେଉଁ କେଉଁ ବ୍ୟକ୍ତି ମନଲୋଭେଇ ଯିବ । ଏହି ଦୁଇ ଶିକ୍ଷକ ଭାଇ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁର ବ୍ଲକ ଅନ୍ତର୍ଗତ କଇଁଆବୋରେଇ ଗାଁର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦୁଇ ପୁଅଙ୍କ ଦେବିଦାସ ଓ ଦେବାଶିଷ ।

ଲକଡାଉନ ବଦଳାଇଲା ଜୈବନଶୈଳୀ

ବଢୁଛି ରୁଫ ଟପ୍‌ କିଚେନ ଗାର୍ଡେନର ଡିମାଣ୍ଡ । ଟାଇମ ପାସ ସାଙ୍ଗକୁ ମିଳୁଛି ତଟକା ସବୁଜ ପରିବା । ଛାତ ଉପର ଛୋଟିଆ ଜାଗାରେ ଫଳୁଛି ନାନାଜାତିର ପନିପରିବା । ନା କୌଣସି ରାସାୟନିକ ନା ଔଷଧର ବ୍ୟବହାର । ସ୍ବାସ୍ଥ୍ୟପ୍ରତି ହିତକର ସହ ନଷ୍ଟ କରେନି ମାଟିର ଉର୍ବରତା । ଆଉ ଏହି ରୁପଟପ କିଚେନ ପ୍ରେମରେ ଏବେ ଦୁଇ ଶିକ୍ଷକ ଭାଇ । ନିଜ ଛାତରେ ଫଳାଇଛନ୍ତି ବାଇଗଣ, ବିନ, ଟମୋଟ, ମୂଳା, କଳରା, ଧନିଆ ପତ୍ର, ଶାଗ, ଗାଜର ଭଳି ତାଜା ପରିବା । ଯାହାକୁ ଦେଖିଲେ କୌଣସି ସିଦ୍ଧହସ୍ତ ଚାଷୀଙ୍କ ବଗିଚା ପରି ମନେ ହେବ । କିନ୍ତୁ ଲକଡାଉନ ବେଳରୁ ପ୍ରଚୁର ସମୟକୁ ସେମାନେ ଚାଷବାସରେ ବ୍ୟୟ କରିଛନ୍ତି । ଯାହାର ଫଳସ୍ବରୂପ ଛାତରେ ଫଳିଛି ସୁନାର ଫସଲ ।

ଏହି ଦୁଇ ଭାଇଙ୍କ ମଧ୍ୟରୁ ଜଣେ ହରିଚନ୍ଦନପୁର ବ୍ଲକ ଦାନ୍ତୁଆଣି ସ୍କୁଲରେ ଶିକ୍ଷକ ହୋଇଥିବାବେଳେ ଅନ୍ୟ ଜଣେ ଆନନ୍ଦପୁର ବ୍ଳକ ପଞ୍ଚୁପୁଲି ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି । ଏବେ ଏହି ଦୁଇ ଶିକ୍ଷକଙ୍କ ସମୟ ଅଧିକାଂଶ ଚାଷବାସରେ ବିତୁଛି । କେବଳ ଛାତ ଉପରେ ନୁହେଁ ନିଜ ବାଡିରେ ମଧ୍ୟରେ ଫଳାଇଛନ୍ତି ସୁନାର ଫସଲ । ଲକଡାଉନ ସମୟରେ ପରିବା ନ ମିଳିବା ସାଙ୍ଗକୁ କେବଳ ରାସାୟନିକ ଯୁକ୍ତ ମିଳୁଥିଲା । ଯାହା ସ୍ବାସ୍ଥ୍ୟପ୍ରତି ସୁସ୍ଥକର ନଥିବାରୁ ବଡ କୃଷ୍ଣଚନ୍ଦ୍ରଙ୍କ ବଡ ପୁଅ ୟୁଟ୍ୟୁବରେ କିଚେନ ଗାର୍ଡିର ସର୍ଚ୍ଚ କରିଥିଲେ । ଏହା ପରେ ଜୈବିକ ପ୍ରଣାଳୀରେ ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ । ଆଉ ଏଥିରେ ତାଙ୍କ ସାନ ସମ୍ପୂର୍ଣ୍ଣ ସହଯୋଗ କରିଆସିଛନ୍ତି । ଲକଡାଉନ ଶିଖାଇ ଦେଲା ଦୁଇ ଶିକ୍ଷକ ଭାଇଙ୍କୁ ଚାଷକାର୍ଯ୍ୟ । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରି ନିଜେ ସୁସ୍ଥକର ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଦେଉଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.