ଆନନ୍ଦପୁର: ଆନନ୍ଦପୁର ଥାନା ଶାଳବଣି ଗାଁରେ ଡ୍ରେନ କାମ ଚାଲିଥିବା ବେଳେ ଗାଁର କିଛି ଯୁବକ କୋଭିଡ ସମୟରେ କାମ ହେବାକୁ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା । ଧୀରେ ଧୀରେ ଉତ୍ତେଜନା ଉଗ୍ର ରୂପ ନେଇ ଉଭୟଙ୍କ ମଧ୍ୟରେ ମାରପିଟ ଲାଗିବାରୁ ଉଭୟ ଗୋଷ୍ଠୀର ଦୁଇ ଗୁରୁତର ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଗ୍ରାମର ସରପଞ୍ଚଙ୍କ ସମ୍ପର୍କୀୟ ଏହି କାମ କରାଉଥିବା ସମୟରେ ଅନେକ ଲୋକ ଏକାଠି ହୋଇଥିବାରୁ ଯୁବକମାନେ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ଏହି ଘଟଣାର ସୂତ୍ରପାତ ହୋଇଥିଲା ।
ଉଭୟ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ