ଆନନ୍ଦପୁର: ଚାଷ ଜମିରେ ମାଟି ମାଡିଯିବାରୁ ଭାଇ-ଭାଇ ମଧ୍ୟରେ ହଣାକଟା । ଘଟଣାରେ ଜଣେ ମହିଳାଙ୍କ ସମେତ 4 ଆହତ ଓ 2ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଘଷିପୁରା ଥାନା ଟୋଲକନାଣ୍ଡିରେ ଘଟିଣାଟି ଘଟିଥିବାବେଳେ ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ବାତ୍ୟାରେ ପ୍ରଶାନ୍ତ ପଳେଇ ଓ ବୃଷଭ ପଳେଇଙ୍କ ଚାଷ ଜମିର ବିଲହିଡ ଭାଙ୍ଗିଯାଇଥିଲା । ଯାହାକୁ ନେଇ ଉଭୟ ପକ୍ଷରୁ ବଚସା ଆରମ୍ଭ ହୋଇଥିବାବେଳେ ଘଟଣାଟି ହଣାକଟାକୁ ଯାଇଥିଲା । ସେପଟେ, ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ତେବେ ପ୍ରଶାନ୍ତ ପଳେଇ ଓ ବୃଷଭ ପଳେଇ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ