ETV Bharat / state

ଦୁଇ ଘଣ୍ଟା ରେସକ୍ୟୁ ଅପରେସନ ପରେ କେନାଲରୁ ଉଦ୍ଧାର ହେଲେ ହାତୀ ଶାବକ

author img

By

Published : Sep 16, 2020, 11:12 AM IST

2 ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲ 2 ହାତୀ ଶାବକ । ମଙ୍ଗଳବାର ବିଳମ୍ବିତ ରାତିରେ କେନାଲ ଭିତରେ ଖସି ପଡିଥିଲେ । ଅଧିକ ପଢନ୍ତୁ...

2 Baby Elephant Rescued From kendujhar
ରେସକ୍ୟୁ ଅପରେସନ ପରେ ଉଦ୍ଧାର ହେଲ 2 ହାତୀ ଶାବକ

କେନ୍ଦୁଝର: କେନାଲ ଭିତରେ ଖସି ପଡିଥିବା 2 ହାତୀ ଶାବକଙ୍କୁ କରାଗଲା ଉଦ୍ଧାର । ୨ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର କରିଛି ବନ ବିଭାଗ । ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ୨୨ ହାତୀ ଜାମୁଦଲକ ଦେଇ ଯିବା ସମୟରେ ୨ ଶାବକ କାନପୁର ଡ୍ୟାମର ଶାଖା କେନାଲ ଭିତରକୁ ଖସିପଡ଼ିଥିଲେ । କେନାଲର ଗଭୀର ପାଖାପାଖି ୪ ଫୁଟରୁ ଅଧିକ ଥିବାବେଳେ, ହାତୀପଲ ବହୁ ଚେଷ୍ଟା ପରେବି ଶାବକଙ୍କୁ ଉଦ୍ଧାର କରିପାରି ନଥିଲେ । ତେବେ ୧୭ଟି ହାତୀ ସେଠାରୁ ଚାଲିଯାଇଥିବା ବେଳେ, ୩ ହାତୀ ୨ ଶାବକଙ୍କୁ ଜଗି ରହିଥିଲେ ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ଚମ୍ପୁଆ ରେଞ୍ଜର ଅନ୍ୟ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଶାବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବିଭାଗର ସହାୟତା ନେଇଥିଲା ବନ ବିଭାଗ । ଜେସିବି ମେସିନ ସାହାର୍ଯ୍ୟରେ ଶାବକଙ୍କ ବାହାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଶେଷରେ ୨ ଘଣ୍ଟାର ଅପରେସନ ପରେ କେନାଲ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ ଶାବକ। ଏବେ ଏହି ହାତୀପଲ ମୁକୁନ୍ଦପୁର ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କ ଯାତାୟତ ପଥରେ ଏହି କେନାଲ ଥିବା ଯୋଗୁଁ ହାତୀପଲଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଛି । ଚମ୍ପୁଆ ରେଞ୍ଜରେ ମୋଟ ୫୫ଟି ହାତୀ ରହିଛନ୍ତି । ବାଲିବନ୍ଧ ସେକ୍ସନରେ ୧୮, ବାମେବାରୀ ସେକ୍ସନରେ ୧୫ ଓ ଚମ୍ପୁଆ ସେକ୍ସନରେ ୨୨ଟି ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.