ETV Bharat / state

କେନ୍ଦୁଝରରେ ମାତିଛନ୍ତି ଚୋରାମଦ ବେପାରୀ, 2 ଗିରଫ

ଲକଡାଉନର ଜମୁଛି ଦେଶୀ ମଦର କାରବାର । କେନ୍ଦୁଝରରେ ଜାରି ରହିଛି ଅବକାରୀ ବିଭାଗ ଚଢାଉ । ଅଧିକ ପଢନ୍ତୁ...

ଲକଡାଉନରେ ବଢୁଛି ଚୋରାମଦ କାରବାର, କେନ୍ଦୁଝରରୁ 2 ଗିରଫ

author img

By

Published : May 13, 2020, 3:25 PM IST

କେନ୍ଦୁଝର: ଲକଡାଉନ ବେଳେ ଗ୍ରାମାଞ୍ଚଳରେ ବଢୁଛି ବେଆଇନ ଦେଶୀ ମଦ କାରବାର । ଏହାକୁ ନଜରରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଆଜି ସଦର ଥାନା ଅନ୍ତର୍ଗତ ବାରୁଡିପଶି,ଫୁଲବାଡି ସାହି, ଅରଡେଇ ନଳା ସାହୁରେ ବେଆଇନ ଦେଶୀ ମଦ ଭାଟି ଉପରେ ଚଢାଉ କରିଛି ମୋବାଇଲ ଅବକାରୀ ବିଭାଗ ।

ଲକଡାଉନରେ ବଢୁଛି ଚୋରାମଦ କାରବାର, କେନ୍ଦୁଝରରୁ 2 ଗିରଫ
ଲକଡାଉନରେ ବଢୁଛି ଚୋରାମଦ କାରବାର, କେନ୍ଦୁଝରରୁ 2 ଗିରଫ

ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ବାର୍ଡ ସବ ଇନ୍ସପେକ୍ଟର ରୋହିତ ନାଏକ ତାଙ୍କ ଟିମ ବେଆଇନ ମଦ ଭାଟି ଗୁଡିକୁ ଉପରେ ଚଢାଉ କରିଥିଲେ। ୧୨୫ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲି ଜବତ କରିବା ସହ ୩୨୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ଦେଶୀ ମହୁଲି ପୋଚ ନଷ୍ଟ କରିଛନ୍ତି।

ଏହି ଚୋରା ଦେଶୀ ମହୁଲି ମଦ ତିଆରି କରୁଥିବା ଅଭିଯୋଗରେ ଚାରୋଟି ମାମଲା ରୁଜୁ ହୋଇଥିବାବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଭାଟିରେ ବ୍ୟବହୃତ ହାଣ୍ଡି ଡେକିଛି ସହ ବିଭିନ୍ନ ସରଞ୍ଜାମ ଜବତ କରିଛି ମୋବାଇଲ ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣା ପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.