କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଇଁ ଆସିଛି ଖୁସିର ଖବର । ମେଡିକାଲ କାଉନସିଲ ଅନୁମୋଦନ ପାଇଲା କେନ୍ଦୁଝର ମେଡିକାଲ କଲେଜ । ବହୁ ଦିନର ପ୍ରତୀକ୍ଷା ପରେ କେନ୍ଦୁଝର ମେଡିକାଲ କଲେଜ ପାଠ୍ୟକ୍ରମ ଆରମ୍ଭ ପାଇଁ ଅନୁମୋଦନ ମିଳିଛି । ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଏଥିସହ ଚଳିତ ବର୍ଷରୁ ପାଠପଢା ଆରମ୍ଭ ନେଇ ସୂଚନା । ଏନେଇ ଆଜି ମେଡ଼ିକାଲ କାଉନସିଲ ପତ୍ର ପାଇବା ପରେ ଟ୍ୱିଟ୍ କରି ଜଣେଇଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ୨୦୨୨-୨୩ ରେ ପ୍ରଥମେ ୧୦୦ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ଆରମ୍ଭ ହେବା ସହ ବାରିପଦା ମହାରାଜା ରାମଚନ୍ଦ୍ରଭଞ୍ଜ ବିଶ୍ୱବିଦ୍ୟାଳୟ ଅଧୀନରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ପ୍ରକାଶ କରିଛନ୍ତି। ଏଥିସହ ଜିଲ୍ଲାବାସୀ ଆଗକୁ ଭଲ ମେଡିକାଲ ସୁବିଧା ପାଇପାରିବେ ବୋଲି କହଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।
![MBBS seat approved in Keonjhar Medical College](https://etvbharatimages.akamaized.net/etvbharat/prod-images/od-kjr-01-dcbite-vis-avb-od10027-rtu_23082022210833_2308f_1661269113_531.jpg)
ଇଟିଭି ଭାରତ, କେନ୍ଦୁଝର