କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଲୁଟ । ଗତକାଲି(ରବିବାର) ରାତିରେ ଗ୍ୟାସ କଟରରେ ଆଇରନ୍ ଚେଷ୍ଟ କାଟି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପ୍ରାୟ ୪୦ ହଜାର ଟଙ୍କାର କଏନ ଫିଙ୍ଗି ଦୁର୍ବୃତ୍ତ ଫେରାର ହୋଇଥିବା ଜଣାପଡିଛି ।
ତେବେ ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ୩ ଦିନ ବ୍ୟାଙ୍କ ବନ୍ଦର ସୁଯୋଗ ନେଇ ଲୁଟ୍ କରାଯାଇଥିବା ଅନୁମାନ କରାଯାଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ