ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ୧୦ ବଖରା ଘର ପୋଡି ପାଉଁଶ

author img

By

Published : Apr 17, 2021, 1:10 PM IST

ନଦୁଆଁ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ । ୨ଟି ପରିବାର ସମସ୍ତ ଆସବାବ ପତ୍ର ସହ ଧାନ, ଚାଉଳ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡରେ ୧୦ ବଖରା ଘର ପୋଡି ପାଉଁଶ
ଭୟାବହ ଅଗ୍ନିକାଣ୍ଡରେ ୧୦ ବଖରା ଘର ପୋଡି ପାଉଁଶ

ଆନନ୍ଦପୁର: ଘସିପୁରା ଥାନା ନଦୁଆଁ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ପରିବାର ପାଞ୍ଚ ଭାଇଙ୍କର ୧୦ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି । ଘରେ ଥିବା ସମସ୍ତ ଆସବାବ ପତ୍ର ସହ ଧାନ, ଚାଉଳ ସବୁକିଛି ନଷ୍ଟ ହୋଇଛି । ଏଥିସହ ନିକଟରେ ଥିବା କୁଟା ବଦାରି ମଧ୍ୟ ନିଆଁ ପ୍ରକୋପରୁ ବର୍ତ୍ତିପାରି ନାହିଁ ।

ଖବର ପାଇ ଆନନ୍ଦପୁର ଓ ଘସିପୁରା ଅଗ୍ନିଶ୍ରମ ବିଭାଗ ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲା । ସୂଚନା ଅନୁଯାୟୀ ଗାଁ ଆମ୍ବତୋଟା ନିକଟରେ କେତେକ ଗାଇ ଜଗୁଆଳ ନିଆଁ ଲାଗାଇଥିଲେ । ପବନ ବହିବାରୁ ପ୍ରଥମେ ନିଆଁ ଝୁଲ ଯାଇ ତାଳଗଛରେ ଲାଗିଥିଲା । ପରେ ତାଳଗଛରୁ ନିଆଁ ଝୁଲ ଉଡି ଘରେ ଲାଗିଥିବା କହିଛନ୍ତି ଅଗ୍ନି ବିପନ୍ନ ପରିବାର ଲୋକେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.