ETV Bharat / state

ଥାନା ଆଗରେ ଆମରଣ ଅନଶନରେ ବସିଲେ ଜିଲ୍ଲା ପରିଷଦ ସଦସ୍ୟ - ମର୍ଶାଘାଇ ଥାନା ସମ୍ମୁଖରେ ଅନଶନ

ସାଧାରଣ ଲୋକଙ୍କୁ ନ୍ୟାୟ ଦାବିରେ ମାର୍ଶାଘାଇ ଥାନା ଆଗରେ ଆମରଣ ଅନଶନରେ ବସିଲେ ଜିଲ୍ଲା ପରିଷଦ ସଦସ୍ୟ । ଅଧିକ ପଢନ୍ତୁ...

ZP member hunger strike in marshaghai police station
ଥାନା ଆଗରେ ଆମରଣ ଅନଶନରେ ବସିଲେ ଜିଲ୍ଲା ପରିଷଦ ସଦସ୍ୟ
author img

By

Published : Jun 8, 2021, 9:24 AM IST

କେନ୍ଦ୍ରାପଡା: ମାର୍ଶାଘାଇ ଥାନା ସମ୍ମୁଖରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆମରଣ ଅନଶନ। ସାଧାରଣ ଲୋକଙ୍କୁ ନ୍ୟାୟ ଦାବିରେ ଅନଶନରେ ବସିଛନ୍ତି ।

ଥାନା ଆଗରେ ଆମରଣ ଅନଶନରେ ବସିଲେ ଜିଲ୍ଲା ପରିଷଦ ସଦସ୍ୟ

କେନ୍ଦ୍ରାପଡା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ୨୧ ନମ୍ବର ଜିଲ୍ଲାପରିଷଦ ଜୋନର ବିଭିନ୍ନ ପଞ୍ଚାୟତର ସାଧାରଣ ଲୋକେ ମାର୍ଶାଘାଇ ଥାନାରୁ ନ୍ୟାୟ ପାଉନଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପରିଷଦ ସଦସ୍ୟ ଦେବବ୍ରତ ଚୈଧୁରୀ ମାର୍ଶାଘାଇ ଥାନା ଆଗରେ ଆମରଣ ଅନଶନରେ ଅନଶନରେ ବସିଥିଲେ। ଗତ 4 ବର୍ଷ ଧରି ଏହି ଅଞ୍ଚଳର ସାଧାରଣ ଲୋକେ ପୋଲିସ ପାଖରୁ ନ୍ୟାୟ ପାଉନଥିବା ବେଳେ ମାଫିଆଙ୍କ ସହ ସମ୍ପର୍କ ରଖି ପୋଲିସ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରୁଥିବା ନେଇ ଚୌଧୁରୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଏନେଇ ମାର୍ଶାଘାଇ ଥାନା ଅଧିକାରୀ କୌଣସି ସୂଚନା ଦେଇନଥିବା ବେଳେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡା ନିର୍ବାଚିତ ଲୋକ ପ୍ରତିନିଧି ଚୌଧୁରୀଙ୍କ ସହ ଆଲୋଚନା କରିବା ପରେ ଦୁଇଦିନ ପାଇଁ ଏହି ଅନଶନକୁ ସ୍ଥଗିତ ରଖିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.