ETV Bharat / state

ମୁଖ୍ୟମନ୍ତ୍ରୀ-ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Oct 21, 2021, 3:49 PM IST

କଳାହାଣ୍ଡିର ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ପ୍ରତିବାଦରେ କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ । ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ପୋଲିସ ଆନ୍ଦୋଳନକାରୀଙ୍କୁ ବାଧା ଦେଇଥିଲା ।

ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ କେନ୍ଦ୍ରାପଡା ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

ମମିତା ମେହେର ଭଳି ଜଣେ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଯେଉଁଭଳି ଅମାନୁଷିକ ଭାବେ ହତ୍ୟା କରାଯାଇଛି ସେନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭୂମିକା ସନ୍ଦେହଜନକ ରହିଛି । ବାରମ୍ବାର ଉକ୍ତ କଲେଜକୁ ଯିବା ଆସିବା କରିବା ସହ ମନ୍ତ୍ରୀ ସେଠାରେ ରାତ୍ରୀଯାପନ କରୁଥିଲେ ବୋଲି ଅଭିଯୋଗ କରିଛି ଦଳ । ସେହିପରି ଅଭିଯୁକ୍ତ ଗୋବିନ୍ଦକୁ ଫେରାର କରାଇବାରେ ମଧ୍ୟ ମନ୍ତ୍ରୀଙ୍କ ଭୂମିକା ରହିଛି । ତେଣୁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର ଓ ଯୁବ କଂଗ୍ରେସ। ଯଦି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ନଦିଅନ୍ତି, ତେବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶାସକ ଦଳର କୌଣସି ବିଧାୟକ ଓ ମନ୍ତ୍ରୀଙ୍କୁ ପୁରାଇ ନଦିଆଯିବା ସହ ଅଣ୍ଡାମାଡ କରାଯିବା ନେଇ ମଧ୍ୟ ଚେତାବନୀ ଦେଇଛି ଦଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.