ETV Bharat / state

ନଦୀରେ ଗାଧୋଇବା ବେଳେ ବନ୍ୟାପାଣିରେ ଭାସିଯାଇ ଯୁବକ ମୃତ - କେନ୍ଦ୍ରାପଡ଼ାରେ ଯୁବକଙ୍କ ମୃତ୍ୟୁ

ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ Young man Died after washed away in flood water । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦର ୮ ନମ୍ବର ଓ୍ବାର୍ଡ ବାଲିପଡା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସୌମ୍ଯରଞ୍ଜନ ସାହୁ ନଦୀକୁ ଗୋଧୋଇବା ସମୟରେ ଗୋଡ ଖସି ଯୁବକଙ୍କ ମୃତ୍ୟୁ ସୂଚନା । ଅଧିକ ପଋନ୍ତୁ

young man died after water washed away in flood water in kendrapara
ବଢ଼ିପାଣିରେ ଭାସି ଯୁବକ ମୃତ
author img

By

Published : Aug 29, 2022, 8:30 PM IST

କେନ୍ଦ୍ରାପଡା: ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ(young man died after washed away in flood water)। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦର ୮ ନମ୍ବର ଓ୍ବାର୍ଡ ବାଲିପଡା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ସୌମ୍ୟ ରଞ୍ଜନ ସାହୁ(20) । ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ନଦୀରେ ଗୋଡ ଖସି ଯାଇଥିଲା । ଫଳରେ ଗଭୀର ଜଳପାତରେ ବୁଡିଯାଇ ମୃତ୍ୟୁ ସୂଚନା ।

ବଢ଼ିପାଣିରେ ଭାସି ଯୁବକ ମୃତ

ରେଙ୍ଗାଲି ଗେଟ୍‌ ଖୋଲିବା ପରେ ବିପଦରେ ଅଛନ୍ତି ବ୍ରାହ୍ମଣୀ ନଦୀକୂଳ ବାସିନ୍ଦା । ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ସୂଚନା ଅନୁସାରେ, ସୌମ୍ୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ସେହି ସମୟରେ ନଦୀରେ ଗୋଡ ଖସି ଯାଇଥିଲା । ଫଳରେ ଗଭୀର ଜଳପାତରେ ବୁଡିଯାଇ ମୃତ୍ୟୁ ହୋଇଥିବା ନେଇ ଜଣା ପଡିଛି ।

ତେବେ ଘଟଣା ପରେ ସ୍ଥାନୀୟ ଲୋକ ବୁଡି ଯାଉଥୁବା ଦେଖି ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଭାଗୀୟ ଡାକ୍ତର ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ କେନ୍ଦ୍ରାପଡା ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ କେନ୍ଦ୍ରାପଡାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଗତ ଚାରିଦିନ ତଳେ ଭାସିଯାଇ ପଟ୍ଟାମୁଣ୍ଡାଇ ମଣ୍ଡପଡା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କେନ୍ଦାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.