ETV Bharat / state

ଖାକିର ଦାଦାଗିରି, ବିନା FIRରେ ଯୁବକଙ୍କୁ ଥାନା ଅଧିକାରୀ ମାଡ ମାରିଥିବା ଅଭିଯୋଗ

author img

By

Published : Aug 29, 2022, 2:01 PM IST

ଆଳି ପୋଲିସର ଦାଦାଗିରି ଅଭିଯୋଗ । ଏତଲା ନ ଥାଇ ଯୁବକଙ୍କ ଘରେ ପଶି ଉଠାଇ ନେଲା ପୋଲିସ । ଗାଁରେ ମାଡ ମାରିବା ସହ ଥାନାକୁ ଆଣି ମାଡମାରି ଲହୁଲୁହାଣ କରିଦେଇଛନ୍ତି ଖାକି ବାବୁ । ଅଧିକ ପଢନ୍ତୁ

ଆଳି ପୋଲିସର ବର୍ବରତା,ବିନା ଏତଲାରେ ଯୁବକଙ୍କୁ ମାଡ଼ ମାରିଲେ ଥାନା ଅଧିକାରୀ

କେନ୍ଦ୍ରାପଡା: ଆଳି ପୋଲିସର ଦାଦାଗିରି ଅଭିଯୋଗ । ଏତଲା ନ ଥାଇ ଯୁବକଙ୍କ ଘରେ ପଶି ଉଠାଇ ନେଲା ପୋଲିସ । ଗାଁରେ ମାଡ ମାରିବା ସହ ଥାନାକୁ ଆଣି ମାଡମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଳଦିଆ ଗାଁର ରବୀନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ସୁନିତା ଦାସଙ୍କ ମଧ୍ୟରେ ଶନିବାର ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା । ଏନେଇ ସୁନିତା ଫୋନ ଯୋଗେ ଆଳି ଥାନା ଅଧିକାରୀ ଦିଲ୍ଲୀପ ସାହୁଙ୍କୁ ଅଭିଯୋଗ କରିଥିଲେ । ହେଲେ ଥାନା ବାବୁ ରବିବାର ଦିନ ସକାଳେ ଆସି ଥାନାରେ ଏତଲା ଦେବାକୁ ଫୋନ ଯୋଗେ କହିଥିଲେ । କିନ୍ତୁ ସେହିଦିନ ରାତିରେ ହିଁ ଉଭୟଙ୍କ ମଧ୍ୟରେ ପାରିବାରିକ କଳହର ସମାଧାନ ହୋଇ ଯାଇଥିଲା । କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ଆଳି ଥାନା SI ପ୍ରଦୋଷ ପଟ୍ଟନାୟକ ଓ ଅନ୍ୟ ୬ ଜଣ ପୋଲିସ କର୍ମଚାରୀ ରବିନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ । ବିନା ଏତଲାରେ ତାଙ୍କୁ ମାଡ ମାରିବା ସହ ତାଙ୍କର ୨ଟି ଫୋନ ଛଡାଇ ନେଇ ଥାନାକୁ ଉଠାଇ ଆଣିଥିଲେ । ତେବେ ଥାନାରେ ଆଳି ଅଧିକାରୀ ଦିଲ୍ଲୀପ ସାହୁ ଦୀର୍ଘ ଚାରିଘଣ୍ଟା ପର୍ଯ୍ୟନ୍ତ ପ୍ଲାଷ୍ଟିକ ପାଇପରେ ରବିନ୍ଦ୍ରଙ୍କୁ ମାଡ଼ ମାରିବା ସହ ତଣ୍ଟିରେ ପାଇପ ପକାଇ ଚଢିଯିବା କହିଛନ୍ତି ରବିନ୍ଦ୍ରଙ୍କ ପତ୍ନୀ ।

ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ସୁନିତା ନିଜ ସ୍ବାମୀଙ୍କୁ ଛାଡିବା ପାଇଁ କାକୁତି ମିନତୀ ହୋଇଥିଲେ ମଧ୍ୟ ପୋଲିସ ଅଧିକାରୀ ତାଙ୍କ କଥା ଶୁଣି ନ ଥିଲେ। ସକାଳୁ ଏକ ଲିଖିତ ଅଭିଯୋଗ କରିବା ପାଇଁ ବାଧ୍ୟ କରି ଏତଲା ନ ଦେଲେ ସ୍ବାମୀଙ୍କ ସହ ଭେଟ କରାଇ ଦେବେ ନାହିଁ ବୋଲି ପୋଲିସ ବାବୁ କରିଥିଲେ । ପରେ ସୁନିତା ବାଧ୍ୟ ହୋଇ ଏକ ରଫାଦଫା ଏତଲା ଦେଇଥିଲେ । ପରେ ସ୍ବାମୀଙ୍କୁ ଥାନାରୁ ମୁକୁଳାଇ ଥିଲେ ବୋଲି କହିଛନ୍ତି ସୁନିତା ।

ଏହାବି ପଢନ୍ତୁ: ପୋଲିସର ଦବଙ୍ଗଗିରି, ଲାଠି ମାଡରେ ଫାଟିଲା ଯୁବକଙ୍କ ମୁଣ୍ଡ

ଘରେ ପହଞ୍ଚିବା ପରେ ରବୀନ୍ଦ୍ରଙ୍କ ରକ୍ତବାନ୍ତି ହେବାରୁ ତାଙ୍କୁ ଆଳି ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ପୋଲିସର ମାଡ ଯୋଗୁଁ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଆଳି ଚିକିତ୍ସାଳୟରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ରବୀନ୍ଦ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.