ETV Bharat / state

ରୋଜଗାର ଦେଉଛି ଥାଇଲାଣ୍ଡ କୋଳି, ବିଦେଶୀ ଫଳ ଚାଷ କରି ଲାଭବାନ ଚାଷୀ

author img

By

Published : Jan 18, 2022, 8:03 PM IST

ନିଆଳି, ନିମାପଡା ପରେ ଏବେ କେନ୍ଦ୍ରାପଡାରେ ଫଳିଛି ରେଡ ଆପେଲ ଥାଇଲାଣ୍ଡ ବରକୋଳି । ୟ୍ୟୁଟୁବ ଦେଖି ଚାଷ କରିବା ପରେ ହୋଇଛନ୍ତି ଲାଭବାନ । ଚାଷ କରି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରାପଡାର ଯୁବଚାଷୀ ରଞ୍ଜନ । ଅଧିକ ପଢନ୍ତୁ

ରୋଜଗାର ଦେଉଛି ଥାଇଲାଣ୍ଡ କୋଳି, ବିଦେଶୀ ଫଳ ଚାଷ କରି ଲାଭବାନ ଚାଷୀ
ରୋଜଗାର ଦେଉଛି ଥାଇଲାଣ୍ଡ କୋଳି, ବିଦେଶୀ ଫଳ ଚାଷ କରି ଲାଭବାନ ଚାଷୀ

କେନ୍ଦ୍ରାପଡା: ମହାମାରୀ କରୋନା ସମୟରେ ୟ୍ୟୁଟୁବ ଚାଷ ଆରମ୍ଭ କଲେ ଯୁବଚାଷୀ । ଆଉ ଏବେ ହୋଇଛନ୍ତି ଲାଭବାନ । ଥାଇଲାଣ୍ଡ ଆପେଲ ବଇରିକୋଳି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଯୁବଚାଷୀ ରଞ୍ଜନ । ନିଜ ବାଡିରେ ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଆଳି, ନିମାପଡା ପରେ ଏବେ କେନ୍ଦ୍ରାପଡାରେ ଫଳିଛି ଏହି ରେଡ ଆପେଲ ବରକୋଳି । ପସ୍ତା ଗାଁର ରଞ୍ଜନ କୁମାର ପରିଡା ନିଜ ଜମିରେ ଏବେ ଏହି ଚାଷ କରିଛନ୍ତି । ଖାଲି ଥାଇଲାଣ୍ଡ ଆପୋଲ ବରକୋଳି ବରଂ ଗ୍ରିନ ଆପେଲ ବରକୋଳି ଓ ଅଷ୍ଟ୍ରିଆନ ବରକୋଳି ମଧ୍ୟ ସେ ଚାଷ କରିଛନ୍ତି ରଞ୍ଜନ ।

ପ୍ରଥମେ କଲିକତାର ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଥାଇଲାଣ୍ଡ ଆପେଲ ବରକୋଳି ଚାରା ମଗାଇଥିଲେ । ଏହା ପରେ ନିଜ ବାଡିରେ ଥିବା ୧୨ ଡିସିମିଲ ଜାଗାରେ ଲଗାଇଥିଲେ । ଗୋଟିଏ ଥାଇଲାଣ୍ଡ ଆପେଲ ବରକୋଳି ଗଛକୁ ୧୦୦ ଟଙ୍କା ମୂଲ୍ୟରେ ୫୬ଟି ଗଛ ଆଣି ଲଗାଇଥିଲେ ରଞ୍ଜନ । ଯେଉଁ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ପ୍ରତ୍ୟେକ ଗଛରେ ୧୦ କେଜିରୁ ଅଧିକ ଫଳ ଫଳୁଥିବା ଦେଖିବାକୁ ମିଳୁଛି। ଏହି ଥାଇଲାଣ୍ଡ ଆପେଲ କୋଳି ଗୋଟିଏ ଗଛରୁ ପ୍ରଥମ ବର୍ଷ ୨୦ରୁ ୨୫ କେଜି ଫଳିବ । ସେହିପରି ଦ୍ବିତୀୟ ବର୍ଷ ୪୦ରୁ ୫୦ କେଜି ଏବଂ ତୃତୀୟବର୍ଷ ୧ କୁଇଣ୍ଟାଲରୁ ଅଧିକ ଫଳ ଫଳିବ ବୋଲି କହିଛନ୍ତି ରଞ୍ଜନ । ଥାଇଲାଣ୍ଡ ଆପେଲ ଚାଷରେ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି କୋଳି ଗଛରୁ କମଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବ ବୋଲି କହିଛନ୍ତି ଯୁବଚାଷୀ ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଥାଇଲାଣ୍ଡ କୋଳି ଠିକ୍ ଭାବରେ ଫଳିବ କି ଫଳିବ ନାହିଁ ସ୍ଥାନୀୟ ବାସିନ୍ଦା ଆଶଙ୍କା ରଖିଥିଲେ। ଅଳ୍ପ ପାଣି ସହିତ ଅଳ୍ପ ସାର ମସଲାରେ ଏହି ଗଛ ଗୁଡିକ ବଢିପାରୁଛି ଏବଂ ସୁନ୍ଦର ଫଳ ମଧ୍ଯ ଫଳୁଛି । ଏହି ଥାଇଲାଣ୍ଡ ଆପେଲ ବରକୋଳି ଗୁଡିକ ସେଓ ପରି ଦେଖାଯାଉଥିବାବେଳେ କିନ୍ତୁ ଏହା ସେଓ ଠାରୁ ବହୁତ ଛୋଟ ଓ ମିଠା ମଧ୍ୟ। ଏହି ଥାଇଲାଣ୍ଡ କୋଳି ଚାଷକରି ଅନ୍ୟ ଯୁବକଙ୍କ ପାଇଁ ରଞ୍ଜନ ଉଦାହରଣ ପାଲଟିଛନ୍ତି । ଏହି ଚାଷ ପାଇଁ ଯୁବଚାଷୀ ଯାହା ସହଯୋଗ ଆବଶ୍ୟକ କରିବେ, ସେଗୁଡିକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.