ETV Bharat / state

ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ, ଭକ୍ତ ବିଦୁରଙ୍କୁ ଦର୍ଶନ ଦେଲେ ପ୍ରଭୁ ହରିହର

କେନ୍ଦ୍ରାପଡ଼ା ଜିଲ୍ଲାର ଓଳକଣା ମେଲଣ । ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ମହାଦେବଙ୍କ ଅପୂର୍ବ ଭେଟ ଦେଖିବାକୁ ଜମେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦ୍ବାପର ଯୁଗରେ ଭକ୍ତ ବିଦୂରଙ୍କ ଦେଇଥିବା ପ୍ରତିଶୃତିକୁ ପୁରଣ ପାଇଁ କଳିଯୁଗରେ ବି ଜାରି ରହିଛି ଏହି ପରମ୍ପରା । ବିଶ୍ବାସ ରହିଛି କୁଆଡ଼େ ହରିହରଙ୍କ ଅପୂର୍ବ ଭେଟ ଦେଖିବା ଲାଗି ସ୍ବର୍ଗରୁ ଓହ୍ଲାଇଆସନ୍ତି ୩୩କୋଟି ଦେବତା । ଦେଖନ୍ତୁ ଏହି ରିପୋର୍ଟ

World Famous Olakana Melana
World Famous Olakana Melana
author img

By

Published : Mar 7, 2023, 9:46 PM IST

ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ, ଭକ୍ତ ବିଦୁରଙ୍କୁ ଦର୍ଶନ ଦେଲେ ପ୍ରଭୁ ହରିହର

କେନ୍ଦ୍ରାପଡ଼ା: ସାରା ବିଶ୍ବରେ ହରିହରଙ୍କ ମିଳନ ପାଇଁ ପ୍ରସିଦ୍ଧି ଲାଭ କରିଛି ଜିଲ୍ଲାର ଓଳକଣା ମେଳଣ । ଯେଉଁଠି ଭକ୍ତ ବିଦୂର ଏକା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଓ ମହାଦେବଙ୍କ ଦର୍ଶନ କରନ୍ତି । ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ଅନୁଷ୍ଠିତ ହେଉଥିବା ଏହି ହରିହର ଭେଟକୁ ଦେଖିବା ପାଇଁ ସ୍ବର୍ଗରୁ ବି ଓହ୍ଲାଇ ଆସନ୍ତି ୩୩ କୋଟି ଦେବତା । ଭଗବାନ ଶ୍ରୀକୃଷ୍ଣ ତଥା 'ହରି' ଏବଂ ମହାଦେବ 'ହର'ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ 'ହରିହର' ମେଳଣ ମଧ୍ୟ କୁହାଯାଇଥାଏ । କେନ୍ଦ୍ରାପଡା ଓ କଟକ ଜିଲ୍ଲାର ମଧ୍ୟବର୍ତ୍ତୀ ସ୍ଥାନରେ ନିଆରା ଭାବରେ ପାଳନ କରାଯାଇଥାଏ ଏହି ମେଳଣ । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଜମେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ "ଓଳକଣା ମେଳଣ" କେତୋଟି ଦୃଷ୍ଟିକୋଣରୁ ବି ବେଶ ନିଆରା ।ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର । ଅନ୍ୟପଟେ ଭଗବାନ ଶ୍ରୀକୃଷ୍ଣ ତଥା 'ହରି' ଏବଂ ମହାଦେବ 'ହର'ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ 'ହରିହର' ମେଳଣ ମଧ୍ୟ କୁହାଯାଇଥାଏ । କିଛି କ୍ଷଣ ପାଇଁ ଭକ୍ତ ବିଦୂରଙ୍କ ଦକ୍ଷିଣ ଦ୍ୱାର ଖୋଲିଥିବା ବେଳେ ସେ ନିଜ ଆସ୍ଥାନରେ ବସି ବ୍ରାହ୍ମ ମୁହୂର୍ତ୍ତରେ ୧୦୮ ଆଳତୀ ସହ ଭକ୍ତ ବିଦୂର ହରି ଏବଂ ହରଙ୍କର ଭେଟ ଦେଖନ୍ତି । କୋରୋନା ମହାମାରୀ ପରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ପାଳିତ ହୋଇଛି ଏହି ଓଳକଣା ମେଲଣ ।

ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ିମାନେ ଆପଣାଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣୀ ଏବଂ ଆତସବାଜି ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିଭାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା । ଏଠାରେ ଅନୁଷ୍ଠିତ ହେଉଥିବା ମେଳଣକୁ "ଦେବସଭା" ଭାବରେ ଅଭିହିତ କରାଯାଇଥାଏ । ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ଯାଇଥାଏ ନୂଆବସ୍ତ୍ର ଓ ଏଥିରେ ଦିଆଯାଇଥାଏ ନୈବେଦ୍ୟର(ଭୋଗ) । ଓଳକଣା ମେଳଣର ଉତ୍ପତ୍ତି "ହରି-ହର"ଦର୍ଶନ ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସିଥାନ୍ତି ସାଧୁସନ୍ଥ ।

ସ୍ୱାଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁର ବାଡ଼ିଗୁଡ଼ିକର ବିଭାନଙ୍କୁ ଫୁଲ, ପାନ ଦେଇ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାଖି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ଥିବା ବେଳେ 'ଓଳକଣା ମେଳଣ" ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ୨୦୦ରୁ ଅଧିକ ବିଭାନଙ୍କୁ ଆମନ୍ତ୍ରଣ କରାଯାଇନଥାଏ କି ବିଦାଖି ମଧ୍ୟ ପ୍ରଦାନ କରାଯାଇନଥାଏ । ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗା ଭଦ୍ରେଶ୍ୱରରୁ ଆସୁଥିବା ଏକମାତ୍ର ବୀରଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀବୀରଭଦ୍ରେଶ୍ୱର ବିଭାନ ଓଳକଣା ମେଳଣର ଅନ୍ୟତମ ଆକର୍ଷଣ କାରଣ ସେ ହେଉଛନ୍ତି ମେଳଣପଡ଼ିଆର ଅଧିପତି । ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ ।

ଏହା ବି ପଢନ୍ତୁ- ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଖେଳିଲେ ଫଗୁ ଓ ଅବୀର, ଶ୍ରୀକ୍ଷେତ୍ର ଉତ୍ସବ ମୁଖର

ମେଳଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି । ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ବିଭିନ୍ନ ଗାଁରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ । ମହାଭାରତ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ଅଜ୍ଞାତ ବାସ ଶେଷ କରି ପାଣ୍ଡବ ପାଞ୍ଚ ଭାଇ ଫେରିଥିଲେ ସେମାନଙ୍କୁ ପାଞ୍ଚୋଟି "ପଡ଼ା" ପ୍ରଦାନ କରିବା ଲାଗି ଅନୁରୋଧ ନେଇ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇଥିଲେ । କିନ୍ତୁ କୁରୁ ସଭାରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଭତ୍ସନା କରିବା ସହିତ ବିନା ଯୁଦ୍ଧରେ ଛୁଞ୍ଚିମୁନରେ ଭୂମି ଦେବେ ନାହିଁ ବୋଲି କହିଥିଲେ । ଅପମାନିତ ହୋଇ କୁରୁସଭାରୁ ଫେରିବା ବାଟରେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିବାରୁ ସେ ହସ୍ତୀନାପୁରର ପ୍ରଧାନମନ୍ତ୍ରୀ ତଥା ଭକ୍ତ ବିଦୂରଙ୍କ ନିକଟରେ ପହଞ୍ଚିଥିଲେ । ବିଦୂର ଶାଗଭଜା ଦେଇ ଶ୍ରୀକୃଷ୍ଣଙ୍କୁ ଆପ୍ୟାୟିତ କରିବା ପରେ ଶ୍ରୀକୃଷ୍ଣ ବିଦୁରଙ୍କୁ ବର ମାଗିବାକୁ କହିବାରୁ ବିଦୁର ଏକାସଙ୍ଗେ ହରି ଓ ହରଙ୍କର ଭେଟ ଦେଖିବା ବର ମାଗିଥିଲେ ।

ବିଦୂରଙ୍କର ଭକ୍ତିରେ ସେହି ଦିନଠାରୁ ଏହି ଓଳକଣା ପଡ଼ିଆରେ ହରି ଓ ହରଙ୍କର ଭେଟ ଦେଖନ୍ତି ଶ୍ରଦ୍ଧାଳୁ । ଆହୁରି ମଧ୍ୟ ଏହିଦିନ ମେଳଣ ପଡିଆ ମଧ୍ୟରେ ଥିବା ଅଣାକାରଙ୍କ ନିକଟରେ ସ୍ୱର୍ଗର ୩୩ କୋଟି ଦେବତା ଓହ୍ଲାଇ ଆସନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଥିବା କୁହନ୍ତି ଶ୍ରଦ୍ଧାଳୁ । ସେହିପରି ପୂର୍ବ ଦିଗରୁ ଆସୁଥିବା ଡେରାବିଶର ଲକ୍ଷ୍ମୀ ବିଭାନର ବିଶେଷତ୍ୱ ଅନୁଯାୟୀ ଏହି ବିଭାନ ନିକଟରେ ବସିଥିବା କଳସର ତଳେ ଥିବା ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ । ତେଣୁ ବିଭାନ ଉଠିବା ପରେ ଏହି ଧାନଗୁଡିକୁ ଭକ୍ତମାନଙ୍କୁ ଫିଙ୍ଗା ଯାଇଥାଏ । ଏହି ଧାନକୁ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥାଏ ।

ଭୂମିରେ ପଡିଥିବା ଧାନକୁ ଭକ୍ତମାନେ ଖୁଣ୍ଟିଖୁଣ୍ଟି ନେଇଥାନ୍ତି । ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ ପୋଲିସ ଓ କଟକର ଭଦ୍ରେଶ୍ୱର ପୋଲିସ ପକ୍ଷରୁ ୪ପ୍ଲାଟୁନ ପୋଲିସ ଫୋର୍ସ, ୧ସେକ୍ସନ ଲେଡିଜ ପୋଲିସ ସହ ୩ଜଣ ଆଇଆଇସିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ । ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ଅନୁଷ୍ଠିତ ହେଉଥିବା ଏହି ହରିହର ଭେଟକୁ ଦେଖିବା ପାଇଁ ଦେବଲୋକ ଅନାଇ ବସିଥିବା ବେଳେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ଲୀଳା ପାଇଁ ସଭିଏଁ ଟାଣି ହୋଇ ଆସିଥାନ୍ତି ଏହି ଓଳକଣା ପଡିଆକୁ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.