ETV Bharat / state

ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଶନ ଶକ୍ତି ଦିଗହରା, ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ - ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ବିରୁଦ୍ଧରେ ଗଣଧାରଣା

ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଶନ ଶକ୍ତି ଦିଗହରା ଅଭିଯୋଗ । ମହାସଂଘର ସଭାନେତ୍ରୀ ଓ ବ୍ଲକ ପ୍ରଶାସନର ମନମାନୀ ବିରୁଦ୍ଧରେ ଗଣଧାରଣା ଦେଲେ ଶତାଧିକ ମହିଳା । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ମିଶନ ଶକ୍ତି ଦିଗହରା ଅଭିଯୋଗ
କେନ୍ଦ୍ରାପଡାରେ ମିଶନ ଶକ୍ତି ଦିଗହରା ଅଭିଯୋଗ
author img

By

Published : Feb 2, 2023, 3:20 PM IST

କେନ୍ଦ୍ରାପଡାରେ ମିଶନ ଶକ୍ତି ଦିଗହରା ଅଭିଯୋଗ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମିଶନ ଶକ୍ତି ବିଭାଗର ମିଶନ ଫେଲ ! ଖୋଦ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା କରାଯାଇ ମହିଳାମାନଙ୍କ ଅଜାଣତରେ କେତେବେଳେ ସମ୍ପାଦିକା ଓ ଇସି ସଦସ୍ୟ ବଦଳୁଛନ୍ତି ତ, ଆଉ କେତେବେଳେ ମହାସଂଘ ସଭାନେତ୍ରୀଙ୍କ ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ଉଠୁଛି । ଯାହାକୁ ନେଇ ଏବେ ଅନଶନ ଧର୍ମଘଟ ସହ ମାମଲା ଥାନାରେ ପହଞ୍ଚିଛି ।

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମିଶନ ଶକ୍ତିରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ମନମାନୀ ଯୋଗୁଁ ଆଖୁଳିପଡ଼ା ପଞ୍ଚାୟତ ମହାସଂଘର ସମ୍ପାଦିକା ଓ ଇସି ସଦସ୍ୟଙ୍କୁ ବେଆଇନ ଭାବେ ବିଦା କରାଯାଇଥିବା ଅଭିଯୋଗ ହୋଇଛି । ଦୁହିଁଙ୍କ ସ୍ଥାନରେ ନୂତନ ସମ୍ପାଦିକା ଓ ଇସିଙ୍କୁ ନିଯୁକ୍ତ କରାଯିବାକୁ ଦାବି ନେଇ ବ୍ଲକ କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି ଶତାଧିକ ମହିଳା । ମିଶନ ଶକ୍ତିର ଗାଇଡ଼ଲାଇନକୁ ଉଲ୍ଲଂଘନ କରି ବିନା କୌଣସି ବୈଠକରେ ନୂଆ ସମ୍ପାଦିକା ଓ ଇସି ସଦସ୍ୟଙ୍କୁ ବଛା ଯାଇଥିବା ଅଭିଯୋଗରେ ମହିଳାମାନେ ଧାରଣାରେ ବସିଛନ୍ତି ।

ସରକାରୀ ନିୟମ ଅନୁସାରେ, ସମ୍ପାଦିକା ହେବା ପୂର୍ବରୁ ଜଣେ ସଦସ୍ୟା ଇସି ମେମ୍ବର ହୋଇଥିବା ଆବଶ୍ୟକ । ବର୍ତ୍ତମାନ ଯାହାଙ୍କୁ ପଞ୍ଚାୟତ ମହାସଂଘ ସମ୍ପାଦିକା ଭାବେ ନିଯୁକ୍ତି କରାଯାଇଛି ସେ କୌଣସି ଇସି ମେମ୍ବର ନୁହନ୍ତି । ତେଣୁ ତାଙ୍କ ନିଯୁକ୍ତିକୁ ନେଇ ପଞ୍ଚାୟତ ମହାସଂଘ ଅଧିନ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ଲକ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି l ପୂର୍ବରୁ ଥିବା ମହାସଂଘ ସଦସ୍ୟମାନଙ୍କୁ ରାଜନୈତିକ ଚାପରେ ବାହାର କରାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତରେ କିଛି ଶାସକ ଦଳର ଚାପରେ ଏପରି କରାଯାଇଥିବା ଅଭିଯୋଗ ହୋଇଛି l

ମହାସଙ୍ଘର ସଭାନେତ୍ରୀଙ୍କ ମନମାନୀ ବଢ଼ିବାରେ ଲାଗିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏହାସହିତ ମହିଳା ସଭନେତ୍ରୀ ଟଙ୍କା ନେଇ ନୂଆ ସଦସ୍ୟମାନଙ୍କୁ ରଖିଥିବା ଅଭିଯୋଗ ହେଉଛି l ତେବେ ଆଳିର ପୂର୍ବତନ ବିଧାୟକ ଧାରଣାରତ ମହିଳାମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ ବିଡ଼ିଓଙ୍କୁ ଭେଟିବା ପରେ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଆସନ୍ତା ୭ଦିନ ଭିତରେ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ମହିଳାମାନେ ଧାରଣାରୁ ଓହରିଥିବା ଜଣାପଡିଛି ।

ଅନ୍ୟପଟେ ଏହି ବ୍ଲକ ଅଧିନ ମିଶନ ଶକ୍ତି ଦ୍ୱାରା ତିଆରି ଆଇନକାନୁନ ଉଲ୍ଲଙ୍ଘନ କରାଯାଇ ପୁଣି ଏକ ଦୁର୍ନୀତି ହୋଇଥିବା ପଦାକୁ ଆସିଛି । ବାଘବୁଦା ପଞ୍ଚାୟତରେ ଗଠନ ହୋଇଥିବା ପଞ୍ଚାୟତସ୍ତରୀୟ ମିଶନ ଶକ୍ତି ମହାସଂଘର ସମ୍ପାଦିକା ଅନୁସୂୟା ବେହେରା ନିଜ ଗୋଷ୍ଠୀର ସଦସ୍ୟମାନଙ୍କ ଜାଲ ଦସ୍ତଖତ ଜରିଆରେ ୪ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରିଥିବା ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି l ମହାସଂଘର କର୍ମକର୍ତ୍ତା ରାଜନେତାଙ୍କୁ ଧରି ଅର୍ଥ ଆତ୍ମାସାତ କରୁଥିବା ନେଇ ମହିଳାମାନେ ଅଭିଯୋଗ କରୁଛନ୍ତି । ସବୁଠୁ ବଡ଼ କଥା ହେଲା ଏସବୁ ବିଷୟରେ ମିଶନ ଶକ୍ତିର ଜିଲ୍ଲା ସଂଯୋଜିକା ଓ ବ୍ଲକ ସଂଯୋଜିକା ଜାଣି ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନନେବା ନେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.