ETV Bharat / state

କେନ୍ଦ୍ରାପଡା ପୌରାଧ୍ୟକ୍ଷା ଓ ରାଜ୍ୟ ବିଜେଡି ସମ୍ପାଦକଙ୍କ ବିରୋଧରେ ମହିଳାଙ୍କ ମେଳି - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହୋହଲ୍ଲା

କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ଓ ତାଙ୍କ ସ୍ବାମୀ ତଥା ବିଜେଡି ନେତାଙ୍କ ନାଁରେ ଅସଦାଚରଣ ଅଭିଯୋଗ । ଜଣେ କାଉନସିଲରଙ୍କ ସମେତ ୧୨ନଂ ୱାର୍ଡ ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା ପୌରାଧ୍ୟକ୍ଷା ଓ ରାଜ୍ୟ ବିଜେଡି ସମ୍ପାଦକଙ୍କ ବିରୋଧରେ ବିକ୍ଷୋଭ

author img

By

Published : May 27, 2023, 7:40 PM IST

କେନ୍ଦ୍ରାପଡା ପୌରାଧ୍ୟକ୍ଷା ଓ ରାଜ୍ୟ ବିଜେଡି ସମ୍ପାଦକଙ୍କ ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡ଼ା: ମ୍ୟୁନିସିପାଲିଟି ପୌରାଧ୍ୟକ୍ଷା ଓ ତାଙ୍କ ସ୍ବାମୀ ତଥା ବିଜେଡି ନେତାଙ୍କ ନାଁରେ ଅସଦାଚରଣ ଅଭିଯୋଗ । ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡାର ପୌରାଧ୍ୟକ୍ଷା ସରିତା ସାହୁ ଓ ତାଙ୍କ ସ୍ବାମୀ ତଥା ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ସାହୁଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏନେଇ ଜଣେ କାଉନସିଲରଙ୍କ ସମେତ ୧୨ନଂ ୱାର୍ଡ ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୌର ପରିଷଦର ୧୨ନଂ ୱାର୍ଡ ଅନ୍ତର୍ଗତ ହଜାରିବଗିଚାଠାରେ ଗତ ୧୧ ତାରିଖ ଦିନ ଜିଲ୍ଲାର ଦୁଇ ବରିଷ୍ଠ ମନ୍ତ୍ରୀ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ବାରା ଆହାର ପ୍ରସ୍ତୁତ କେନ୍ଦ୍ର ଉଦଘାଟିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ଆହାର କେନ୍ଦ୍ରରୁ ଆହାର ପ୍ରସ୍ତୁତ ହୋଇ ଯିବାକୁ ଥିବାବେଳେ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ବା ଟିମ ଚୟନ ପାଇଁ ଟେଣ୍ଡର ଡାକିବା କଥା । ଅନ୍ୟପଟେ ଯେହେତୁ ଏହି ଆହାର ପ୍ରସ୍ତୁତ କେନ୍ଦ୍ର ୧୨ ନଂ ୱାର୍ଡ ଅଧିନରେ ରହିଛି, ତେଣୁ ହିତାଧିକାରୀ ଚୟନ ସମୟରେ ସମ୍ପୃକ୍ତ କାଉନସିଲର ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏନେଇ ସୂଚନା ଦେବା ଆବଶ୍ୟକ । ହେଲେ ପୌରାଧ୍ୟକ୍ଷା ଚଞ୍ଚକତା କରି କାହାରିକୁ ନଜଣାଇ ଟେଣ୍ଡର ଫିକ୍ସିଂ କରି ୧୭ନଂ ୱାର୍ଡର ସ୍ବୟଂ ସହାୟକ ଗୋଷ୍ଠୀକୁ ଆହାର ପ୍ରସ୍ତୁତ ପାଇଁ ଚୟନ କରିଥିବା ନେଇ ଅଭିଯୋଗ କରିଛନ୍ତି ଗୋଷ୍ଠୀର ସଦସ୍ୟା । ଏନେଇ ଗତ ୧୮ ତାରିଖ ଦିନ ମହିଳାମାନେ ପୌରାଧ୍ୟକ୍ଷାଙ୍କୁ ଭେଟିବା ପାଇଁ ତଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ପୌରାଧ୍ୟକ୍ଷା ଅନୁପସ୍ଥିତ ଥିବାବେଳେ ତାଙ୍କ ସ୍ବାମୀ ରଣଜିତ ସାହୁ କାର୍ଯ୍ୟାଳୟରେ ବସିଥିବା ମହିଳାମାନେ ଦେଖିବାକୁ ପାଇଥିଲେ ।

ସେଠାରେ ପୌରାଧ୍ୟକ୍ଷାଙ୍କୁ ଖୋଜିବାରୁ ରଣଜିତ ସେମାନଙ୍କୁ ପୌରାଧ୍ୟକ୍ଷା ନାହାନ୍ତି, ଯାହା କହିବାର ଅଛି ମୋତେ କୁହ ବୋଲି କହିଥିବା ମହିଳାମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ମହିଳାମାନେ ୧୨ନଂ ୱାର୍ଡରେ ହୋଇଥିବା ଆହାର ପ୍ରସ୍ତୁତି କେନ୍ଦ୍ରରେ କାହିଁକି ଟେଣ୍ଡର ହୋଇନାହିଁ ଓ ୧୮ନଂ ୱାର୍ଡ କିପରି ଆହାର ପ୍ରସ୍ତୁତ କରିବା ପାଇଁ ଅନୁମତି ପାଇଲା ବୋଲି ପ୍ରଶ୍ନ କରିବାରୁ ରଣଜିତ ଉତ୍ତ୍ୟକ୍ତ ହୋଇ ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ୧୨ନଂ କାଉନସିଲରଙ୍କୁ ମଧ୍ୟ ଗାଳିମନ୍ଦ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ରାଜ୍ୟ ସରକାର ମାଆକୁ ସମ୍ମାନ ନାରା ଦେଉଥିବା ବେଳେ ପୌରାଧ୍ୟକ୍ଷାଙ୍କ ସ୍ବାମୀ ତଥା ଶାସକ ଦଳର ଜଣେ ରାଜ୍ୟ ସମ୍ପାଦକ ହୋଇ କିପରି ମାଆକୁ ଅସମ୍ମାନ କଲେ, ସେନେଇ ପ୍ରଶ୍ନ ଉଠାଇଛନ୍ତି ମହିଳା । ଜିଲ୍ଲାପାଳ ଏହି ଘଟଣାକୁ ବିଚାରକୁ ନନେଲେ ଆଗାମୀ ଦିନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ କାଉନସିଲରଙ୍କ ପକ୍ଷରୁ କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ବିଭିନ୍ନ ନାରାବାଜି କରି ମହିଳାମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ପୌରାଧ୍ୟକ୍ଷା କିମ୍ବା ତାଙ୍କ ସ୍ବାମୀ ତଥା ବିଜେଡି ରାଜ୍ୟ ସମ୍ପାଦକ ।

ଇଟିଭି ଭାରତ, କେନ୍ଦ୍ରାପଡା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.