ETV Bharat / state

ସ୍ବଚ୍ଛସାଥୀ କର୍ମୀଙ୍କୁ ଅସଦାଚରଣ, ଆଇଆଇସିଙ୍କ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ମହିଳାଙ୍କୁ ଅସଦାଚରଣ

ପୌରପାଳିକାର ସ୍ବଚ୍ଛସାଥୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଅସଦାଚରଣ । ଘରେ ପଶି ମାରିଦେବାକୁ ଧମକ ସହ ଗାଳିଗୁଲଜ କରିଛନ୍ତି ଦୁଇଜଣ ବ୍ୟକ୍ତି । ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ମହିଳା...

women harashment case in kendrapara
ମହିଳାଙ୍କୁ ଅସଦାଚରଣ
author img

By

Published : Dec 5, 2019, 5:48 PM IST

କେନ୍ଦ୍ରାପଡା: ମହିଳାଙ୍କୁ ଅସଦାଚରଣ । ଅଭିଯୋଗ ନେଇ ଥାନାକୁ ଯିବାରୁ ଥାନା ବାବୁଙ୍କ ଦୁର୍ବ୍ୟବହାର । କିଛି ଉପାୟ ନପାଇ ଶେଷରେ ପୀଡିତା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି । ପୌରପାଳିକାର ସ୍ବଚ୍ଛସାଥୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କ ଘରେ ପଶି ଗତ ଡିସେମ୍ବର 1ରେ କୈଳାସ ବେହେରା ଓ ନାରାୟଣ ପାତ୍ରୀ ନାମକ ଦୁଇ ବ୍ୟକ୍ତି ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ ।

ମହିଳାଙ୍କୁ ଅସଦାଚରଣ

ଏନେଇ ପୀଡିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ଅଶ୍ଲୀଳ ଭାଷା କହି ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିରେ ମାନସିକ ଆଘାତ ପାଇ ପୀଡିତା ନିଜ ସ୍ବଚ୍ଛସାଥୀର ମହିଳାମାନଙ୍କ ସହ ମିଶି ଜିଲ୍ଲାପାଳଙ୍କ ନିକଟରେ ଅଭିଯୁକ୍ତର ଗିରଫ ଦାବି କରିଛନ୍ତି । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ଯଦି ଏହି ଘଟଣା ସମ୍ପର୍କରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ମହିଳାମାନେ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷେ ଥାନା ଆଇଆଇସି ଜ୍ୟୋତିରଞ୍ଜନଙ୍କ ନିଲମ୍ବନ ଦାବି ମଧ୍ୟ କରାଯାଇଛି । ଗତ ମଙ୍ଗଳବାର ଆଇଆଇସି ଜଣେ ଓକିଲଙ୍କୁ ମଧ୍ୟ ଦୁଃର୍ବ୍ୟବହାର କରିଥିଲେ । ତେବେ ମହିଳା ମାନଙ୍କୁ ଥାନା ମାଧ୍ୟମରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ 5T ଯୋଜନାରେ ଗାଇଡ଼ଲାଇନ ଥିଲେ ମଧ୍ୟ ଏହି ଯୋଜନାର ଫଳ ମହିଳାମାନଙ୍କୁ ମିଳିପାରୁନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.12.2019
Radhakanta Mohanty, Kendrapada
Slug-od_kpr_04_women allegation against iic_script_7204459
Anchor-ଜଣେ ମହିଳା ଅସଦାଚରଣ ଶିକାର ହୋଇ ଅଭିଯୋଗ କରିବା ପରେ ଥାନା ବାବୁଙ୍କ ବ୍ୟବହାର ମାନସିକ ସ୍ତରରେ ଆଘାତ ଦେଇଛି ମହିଳାଙ୍କୁ ଯେଉଁଥିପାଇଁକି ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ପୌର ପାଳିକାରେ ସ୍ୱଚ୍ଛ ସାଥି ଭାବରେ କାର୍ଯ୍ୟରତା ଜନୈକା ମହିଳାଙ୍କୁ ଗତ ୧ ତାରିଖରେ କୈଳାସ ବେହେରା ଓ ନାରାୟଣ ପତ୍ରୀ ନାମକ ଦୁଇଜଣ ବ୍ୟକ୍ତି ତାଙ୍କ ବାସଭବନରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅସଦାଚରଣ କରିଥିଲେ।ଏନେଇ ସେହିଦିନ ଟାଉନ ଥାନାରେ ଦୁଇଜଣଙ୍କ ନାମରେ ପିଡିତା ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ।ତେବେ ଉକ୍ତ ଦୁଇଜଣଙ୍କୁ ପୋଲିସ ଗିରଫ ନକରିବାରୁ ଗତ ୩ ତାରିଖରେ ମହିଳା ଜଣଙ୍କ ଟାଉନ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ପାଇଁ ପହଞ୍ଚିଥିଲେ ତେବେ ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ପିଡିତା ମହିଳା ଜଣଙ୍କୁ ଗାଳିଗୁଲଜ କରିବା ସହ ଅଭିଯୁକ୍ତ ମହିଳାଙ୍କୁ ରେଫ କରିଛି ନା ଘର ପଡିଛି ନା ଜୀବନରୁ ମାରିଦେଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ।ଏଥିରେ ମାନସିକ ଭାରାକ୍ରାନ୍ତ ହୋଇ ପିଡିତା ଓ ପୌର ପାଳିକା ଅଧୀନରେ ସ୍ୱଚ୍ଛ ସାଥି କାମ କରୁଥିବା ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ଗିରଫ ଦାବି ସହିତ ଟାଉନ ଥାନା ଆଇଆଇସିଙ୍କ ନିଲମ୍ବନ ଦାବି କରିଛନ୍ତି।ଯଦି ଜିଲ୍ଲା ପ୍ରଶାସନ ଏହି ଘଟଣା ସମ୍ପର୍କରେ କୌଣସି ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ଜଣେ ଓକିଲଙ୍କୁ ଦୁଃର୍ବ୍ୟବହାର କରି ଶରବ୍ୟର ପାତ୍ର ହୋଇଥିଲେ ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ।ତେବେ ମହିଳା ମାନଙ୍କୁ ଥାନା ମାଧ୍ୟମରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ 5T ଯୋଜନାରେ ଗାଇଡ଼ଲାଇନ ଥିଲେ ମଧ୍ୟ ଏହି ଯୋଜନାର ଫଳ ମହିଳାମାନଙ୍କୁ ମିଳୁନଥିବା ସ୍ପଷ୍ଟ ବାରି ହୋଇପଡୁଛି।
Byt-ପିଡିତା
Byt-ସଏଦା ବିବି(ସ୍ୱଚ୍ଛ ସାଥି,୨୧ନଂ ୱାର୍ଡ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.