ETV Bharat / state

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର

କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ମଧୁପୁର ଗାଁରେ ବର୍ବର କାଣ୍ଡ । ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : May 20, 2021, 9:27 AM IST

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର
ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ, ଶାଶୁଘର ଲୋକେ ଫେରାର

କେନ୍ଦ୍ରାପଡ଼ା: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ମଧୁପୁର ଗାଁରୁ ଏହି ହତ୍ୟା ଅଭିଯୋଗ ଆସିଛି । ମୃତ ମହିଳା ଗ୍ରାମର ଶକୁନ୍ତଳା ଜେନା । ଶାଶୁଘର ଲୋକେ ଯୌତୁକ ଦାବି କରି ବୁଧବାର ରାତିରେ ଶକୁନ୍ତଳାଙ୍କୁ ହତ୍ୟା କରିଥିବା ଆରୋପ ଲଗାଇଛନ୍ତି ମୃତକଙ୍କ ବାପଘର ଲୋକ ।

ସୂଚନା ଅନୁସାରେ, 2007 ମସିହାରେ ଶକୁନ୍ତଳା ମଧୁପୁରର ଅମର ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ମହିଳାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତେବେ ବିବାହ ହେବାର କିଛିଦିନ ପରଠାରୁ ଆଜି ପର୍ଯ୍ୟନ୍ତ ସ୍ଵାମୀ ଓ ପରିବାର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହିତ ବାପଘରୁ ଯୌତୁକ ଟଙ୍କା ଆଣିବାକୁ ଦାବି କରୁଥିଲେ । ଏନେଇ ଥାନାରେ ମଧ୍ୟ କଥା ପହଞ୍ଚିଥିବା ଜଣାପଡିଛି । ତେବେ ଗତକାଲି(ବୁଧବାର) ରାତିରେ ଶାଶୁଘର ଲୋକେ ମାରଧର କରୁଥିବା ଶକୁନ୍ତଳା ଫୋନ ଯୋଗେ ନିଜ ମାଆଙ୍କୁ ଜଣାଇଥିଲେ । ହେଲେ ଆଜି(ଗୁରୁବାର) ସକାଳୁ ଶକୁନ୍ତଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ଏହାପରେ ବାପଘର ଲୋକେ ଝିଅର ଶାଶୁଘର ପହଞ୍ଚିଥିଲେ ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ । ଏନେଇ ସେମାନେ ରାଜନଗର ଥାନାରେ ଶକୁନ୍ତଳାଙ୍କ ସ୍ବାମୀ ଓ ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଶାଶୁଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.