ETV Bharat / state

ଯୋଗାଣ ମନ୍ତ୍ରୀଙ୍କ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଆମ୍ବୁଲାନ୍ସ ନଆସିବାରୁ ରାସ୍ତାକଡରେ ପ୍ରସବ କଲେ ମହିଳା

author img

By

Published : Mar 17, 2023, 8:50 AM IST

ଆମ୍ବୁଲାନ୍ସ ନଆସିବାରୁ ରାସ୍ତାକଡରେ ପ୍ରସବ କଲେ ମହିଳା । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅଞ୍ଚଳରୁ ସାମ୍ନାକୁ ଆସିଲା ଏପରି କରୁଣ ଦୃଶ୍ୟ । ଅଧିକ ପଢନ୍ତୁ

ରାସ୍ତାକଡରେ ପ୍ରସବ କଲେ ମହିଳା
ରାସ୍ତାକଡରେ ପ୍ରସବ କଲେ ମହିଳା

କେନ୍ଦ୍ରାପଡା: ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ । ରାସନ ସାମଗ୍ରୀ ପାଇଁ ଯାଇଥିବା ବେଳେ ରାସ୍ତାକଡରେ ପ୍ରସବ କଲେ ମହିଳା । ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅଞ୍ଚଳରୁ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଏଭଳି କରୁଣ ଦୃଶ୍ୟ । ରାଜ୍ୟ ସରକାର ସୁସ୍ଥ ଶିଶୁ ଓ ସୁସ୍ଥ ମାଆ ନାରା ଦେଉଥିବାବେଳେ ଆମ୍ବୁଲାନ୍ସ ନଆସିବାରୁ ରାସ୍ତାକଡରେ ଜଣେ ମହିଳା ଶିଶୁଜନ୍ମ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଉପକୂଳବର୍ତ୍ତୀ ଗୋଗୁଆ ପଞ୍ଚାୟତର ଚକଡା ଗୋଗୁଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଯାହାକି ରାଜ୍ୟରେ ସ୍ବାସ୍ଥ୍ୟସେବା ଏବଂ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ପଦାରେ ପକାଇଛି ।

ସୂଚନା ମୁତାବକ, ଗୋଗୁଆ ଗ୍ରାମର ଅକ୍ଷୟ କୁମାର ଜେନାଙ୍କ ସ୍ତ୍ରୀ ବନିତା ଜେନା ସରକାରୀ ରାସନ ସାମଗ୍ରୀ ଆଣିବା ପାଇଁ ଘରଠାରୁ ଏକ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ରାସନ ନେବା ପାଇଁ ପ୍ରବଳ ଭିଡ ଜମିଥିଲା । ଏତେ ଭିଡକୁ ଦେଖି ବନିତା ସେଠାରୁ ଲେଉଟି ଆସିଥିଲେ । ଘରକୁ ଫେରୁଥିବା ବେଳେ ବାଟରେ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ସେ ସେଠାରେ ବସି ଚିତ୍କାର କରିଥିଲେ । ତାଙ୍କର ପାଟି ଶୁଣି ଆଖପାଖର ମହିଳାମାନେ ଦୌଡ଼ି ଆସି ବନିତାଙ୍କୁ ଚାରିପଟୁ ଘେରି ଯାଇଥିଲେ । ମହିଳାଙ୍କୁ ହସ୍ପିଟାଲ ନେବାକୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା ।

ଯାହାଫଳରେ ରାସ୍ତାକଡରେ ହିଁ ଶିଶୁପୁତ୍ର ଜନ୍ମ ଦେଇଥିଲେ ବନିତା । ଏହାପରେ ମଧ୍ୟାହ୍ନ ୨ଟା ସମୟରେ ଜନନୀ ଏକ୍ସପ୍ରେସ ପହଞ୍ଚି ବନିତାଙ୍କୁ ସ୍ଥାନୀୟ ବାବର ସ୍ଥିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଆରୋଗ୍ୟ କେନ୍ଦ୍ରରେ ଉଭୟ ମାଆ ଓ ଶିଶୁକୁ ପ୍ରାଥମିକ ଚିକିତ୍ସା କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଆ ଓ ସନ୍ତାନ ସୁସ୍ଥ ଥିବା ଜଣାପଡିଛି ।

ଲଗାତାର ଦୁଇ ଦିନ ହେବ ଡ୍ରାଇଭର ସଂଘର ଧର୍ମଘଟ ଯୋଗୁଁ କୌଣସି ଘରୋଇ ଗାଡି ଚଳାଚଳ କରୁନାହଁ । ଯେଉଁ କାରଣରୁ ରୋଗୀମାନେ ହସ୍ପିଟାଲ ଯିବା ପାଇଁ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି । ତେବେ ଠିକ୍ ସମୟରେ ଆମ୍ବୁଲାନ୍ସ କିମ୍ବା ଜନନୀ ଏକ୍ସପ୍ରେସ ରୋଗୀମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଅନ୍ୟପଟେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜଣେ ଗର୍ଭବତୀ ଏକ କିଲୋମିଟର ବାଟ ଚାଲି ରାସନ ପାଇଁ ଯିବା ଘଟଣାକୁ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.