ETV Bharat / state

ନକଲି ପୋଲିସର ଧରାପଡ଼ିଲା ଅସଲ ଖେଳ, ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

author img

By

Published : Jul 31, 2023, 4:29 PM IST

Updated : Jul 31, 2023, 5:08 PM IST

ଧରାପଡିଲା ନକଲି ପୋଲିସଙ୍କ ଅସଲି ଖେଳ । ସତ ଜଣାପଡିବା ପରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
ନକଲି ପୋଲିସର ଧରାପଡ଼ିଲା ଅସଲ ଖେଳ, ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡ଼ା: ସଦର ଥାନା ଅଞ୍ଚଳର ଜଣେ ନକଲି 420 ପୋଲିସଙ୍କ ଧରାପଡ଼ିଲା ଅସଲି ଖେଳ । ନିଜକୁ ପୋଲିସ ଅଫିସର ବୋଲି ପରିଚୟ ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ ଅସଲି ପରିଚୟ ଜଣାପଡ଼ିବା ପରେ ଯୁବତୀ ଜଣକ ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିବା ସହ ସୁନା ଚେନ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।

ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢ଼ଙ୍ଗା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣକ ଅଢ଼ଙ୍ଗା ଗ୍ରାମର ଚନ୍ଦ୍ରଶେଖର ମିଶ୍ର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଚନ୍ଦ୍ରଶେଖର କଟକ ଜଗତପୁରର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜନୈକା ଯୁବତୀଙ୍କ ସହ ଫୋନ ଯୋଗେ ପ୍ରଥମେ ଯୋଗାଯୋଗ କରିବା ଓ ପରେ ପ୍ରେମ ସମ୍ପର୍କ ରଖି ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଚନ୍ଦ୍ରଶେଖର ନିଜକୁ ପୋଲିସ ଅଧିକାରୀ ବୋଲି ଯୁବତୀଙ୍କୁ ବିଶ୍ବାସ ଦେଇ ତାଙ୍କର ନକଲି ପରିଚୟ ପତ୍ର ଯୁବତୀଙ୍କୁ ପଠାଇଥିଲେ ।

ଏହା ବି ପଢନ୍ତୁ- ୟୁଟ୍ୟୁବର ସାଜିଥିଲା ନକଲି ପୋଲିସ, ଭୁବନେଶ୍ବରରୁ ଗିରଫ କଲା ଅସଲି ପୋଲିସ

ଅନ୍ୟପଟେ ଚନ୍ଦ୍ରଶେଖର ଓ ତାଙ୍କ ମାଆ ବିଷ୍ଣୁପ୍ରିୟା ମିଶ୍ର ୨ ମାସ ତଳେ ଯୁବତୀଙ୍କୁ ନିଜ ଅଢ଼ଙ୍ଗା ସ୍ଥିତ ବାସଭବନକୁ ଡକାଇ କହିଥିଲେ "ତୁ ଆମ ଘରର ବୋହୂ । ତୁ ଏଠାରେ ରହ, ପୁଅ ଡ୍ୟୁଟିରେ ଅଛି । ୨ ମାସ ପରେ ଛୁଟି ନେଇ ଆସିଲେ ଦୁହିଁଙ୍କ ବିବାହ ହେବ ।" ଯୁବତୀଙ୍କୁ ଚନ୍ଦ୍ରଶେଖର ମିଶ୍ରଙ୍କ ମାଆ ବିଷ୍ନୁପ୍ରିୟା ଅଢ଼ଙ୍ଗା ଘରେ ଏପରି କହିଥିବା ସେ କହିଛନ୍ତି । ଏହାପରେ ଚନ୍ଦ୍ରଶେଖରଙ୍କ ମାଆ ଯୁବତୀଙ୍କୁ ନିଜର କରି ଘରେ ଅର୍ଥାଭାବ ରହିଛି ଦର୍ଶାଇ ଗାଈ କିଣିବା ଲାଗି ଯୁବତୀଙ୍କ ସୁନା ଚେନ ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ହେଲେ ପରବର୍ତ୍ତୀ ସମୟରେ ଯୁବତୀ ଜଣକ ସତ ଜାଣିବା ପରେ ଉଭୟ ମାଆ ପୁଅଙ୍କୁ ଏ ନେଇ ପଚାରିଥିଲେ । ଏହାପରେ ଚନ୍ଦ୍ରଶେଖର ଓ ତାଙ୍କ ମାଆ ଯୁବତୀଙ୍କ ମାଡ଼ ମାରି ଘରୁ ବିଦା କରିଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଉକ୍ତ ସାହିରେ କିଛି ଦିନ ଯୁବତୀ ଜଣଙ୍କ ଅନ୍ୟତ୍ର ଘର ଭଡା ନେଇ ରହିଥିବା ସମୟରେ ଗତ କିଛିଦିନ ତଳେ ଚନ୍ଦ୍ରଶେଖର ମିଶ୍ର ଓ ତା ସହଯୋଗୀ ସାଗର ମିଶ୍ର, ହୃଷିକେଶ ମିଶ୍ର ଯୁବତୀଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ସଦର ଥାନା ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ପାଇଁ ଉଚ୍ଚ ପଦସ୍ଥ ମହିଳା ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦେବା ସହ ସଦର ଥାନା ଅଧୀନ ଚାନ୍ଦୋଳ ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jul 31, 2023, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.