ETV Bharat / state

ବାରହା ଆକ୍ରମଣରେ ଦୁଇ ଆହତ - ବାରହା ଆକ୍ରମଣରେ ଦୁଇ ଆହାତ

ବାରହା ଆକ୍ରମଣରେ ଦୁଇ ଜଣ ଆହତ । ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ବାରମ୍ବାର ବାରହା ଆକ୍ରମଣ ହେଉଥିବାବେଳେ ବନବିଭାଗର ନିରବତା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଅଧିକ ସୂଚନା ପାଇଁ ପଢନ୍ତୁ...

__  Wild Boar attack two injured in Mahakapada
ବାରହା ଆକ୍ରମଣରେ ଦୁଇ ଆହାତ
author img

By

Published : Feb 24, 2020, 8:37 PM IST

କେନ୍ଦ୍ରାପଡା: ବାରହା ଆକ୍ରମଣରେ ଦୁଇ ଆହତ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ହରିଆବାଙ୍କ ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାରମ୍ବାର ବାରହା ଆକ୍ରମଣ ହେଉଥିବାବେଳେ ବନ ବିଭାଗର ନୀରବତା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ବାରହା ଆକ୍ରମଣରେ ଦୁଇ ଆହାତ

ହରିଆବାଙ୍କ ଗାଁର ପଶୁପତି ଜାନା ଓ ମଦନ ଆଚାର୍ଯ୍ୟ ନିଜ ଚାଷଜମିରୁ ନଡ଼ା ଆଣିବାକୁ ଯାଇଥିବା ବେଳେ ତାଙ୍କୁ ଦୁଇ ବାରହା ଆକ୍ରମଣ କରିଥିଲେ । ଫଳରେ ଦୁଇଜଣଙ୍କ ହାତ, ଗୋଡ଼, ଜଙ୍ଘ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଗ୍ରାମବସୀ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ଆହତଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଅନ୍ୟପଟେ ବାରମ୍ବାର ବାରହା ଆକ୍ରମଣ ଜନିତ ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ନିରବଦ୍ରଷ୍ଟା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.