କେନ୍ଦ୍ରାପଡ଼ା : ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା, ଦୁଃଷ୍କର୍ମ ଏବଂ ଘରପୋଡିକୁ ବିରୋଧ କରିବା ସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦାବି କରି ଦେଶର ସମସ୍ତ ବିଜେପି ଦଳୀୟ କର୍ମୀ ନିଜନିଜ ଘର ସମ୍ମୁଖରେ ୬ ଘଣ୍ଟିଆ ଉପବାସ ରହି ୨ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଜେପି କର୍ମୀ ସାମିଲ ହେବା ସହ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭର୍ଚୁଆଲରେ ସାମିଲ ହୋଇ ବଙ୍ଗ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।
ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା ନିଜ ବାସଭବନ ସମ୍ମୁଖରେ ଉପବାସ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନଗର ସଭାପତି ଦିଲ୍ଲୀପ ଦାଶ ଦଳୀୟ କର୍ମୀଙ୍କ ସହ ମିଶି ବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ କର୍ମୀ ଯେଉଁଭଳି ଆତଙ୍କରାଜ ଚଳାଇଛନ୍ତି ତାହାର ଦୃଢ଼ ନିନ୍ଦା କରିଛନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସାର ସ୍ଥାନ ନାହିଁ ଓ ହିଂସାକାଣ୍ଡ ଘଟାଇ ବିଜେପିର ଦଳୀୟ କର୍ମୀଙ୍କ ସ୍ୱରକୁ ଚପାଇ ଦେବା ପାଇଁ ଯେଉଁ ଅପଚେଷ୍ଟା ଚଳାଯାଉଛି ତାହା କଦାପି ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ଉଭୟ ନଗର ଓ ଜିଲ୍ଲା ସଭାପତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ