ETV Bharat / state

ଗାଁ ନଈରେ ବୁଲୁଛି ବଉଳା କୁମ୍ଭୀର, ଚୁପ୍ ବସିଛି ବନ ବିଭାଗ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିମିଳିଆ ଗାଁ ନଈରେ ବୁଲୁଛି ବଉଳା କୁମ୍ଭୀର । କୁମ୍ଭୀର ଘଉଡାଇବା ଦିଗରେ ବନ ବିଭାଗର ଖାମଖିଆଲି ମନୋଭାବକୁ ନେଇ ତେଜୁଛି ଜନ ଅସନ୍ତୋଷ । ଅଧିକ ପଢନ୍ତୁ

author img

By

Published : Feb 15, 2023, 10:12 AM IST

ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ
ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ
ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା: ଗାଁ ନଦୀରେ ବୁଲୁଛି ୧୦ ଫୁଟ ଲମ୍ବର ମଣିଷଖିଆ ବଉଳା କୁମ୍ଭୀର । ଏତେ ବଡ କୁମ୍ଭୀରକୁ ଦେଖି ଛାନିଆ ହୋଇପଡିଛନ୍ତି ନଦୀକୂଳିଆ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶିମିଳିଆ ଗାଁ ନିକଟରେ ଥିବା ଗୋବରୀ ନଦୀରେ ଗତକାଲି(ମଙ୍ଗଳବାର) ଏହି କୁମ୍ଭୀର ଦେଖିବାକୁ ମିଳିଛି । ଏନେଇ ଗାଁ ଲୋକେ ବନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବନ କର୍ମଚାରୀ ପହଞ୍ଚି ନପାରିବା ସ୍ଥାନୀୟ ବାସିନ୍ଦା ଏବଂ ଗୃହପାଳିତ ପଶୁଙ୍କ ଜୀବନକୁ ବିପଦରେ ପକାଇଛି । ବନବିଭାଗ କର୍ମଚାରୀଙ୍କ ଏପରି ଖାମଖିଆଲ ମନୋଭାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଶିମିଳିଆ ଗାଁର କିଛି ଯୁବକ ଓ ବୟସ୍କ ଲୋକେ ଗୋବରୀ ନଦୀରେ ଗାଧୋଉଥିବାର ବେଳେ ଏକ ବିରାଟକାୟ କୁମ୍ଭୀର ଲୋକଙ୍କ ପାଖକୁ ମାଡି ଆସୁଥିବାର ସେମାନେ ଦେଖିଥିଲେ । ଏହାପରେ ସମସ୍ତେ ଭୟରେ ଚିତ୍କାର କରି ପାଣି ଭିତରୁ ଉପରକୁ ଉଠି ଆସିଥିଲେ । ହୋହଲ୍ଲା ଶୁଣି ଗାଁର ଅନ୍ୟ ଲୋକମାନେ ମଧ୍ୟ ନଦୀ କୂଳକୁ ଧାଇଁ ଆସିଥିଲେ । ଗାଁର ପୁରୁଷ, ମହିଳା, ପିଲାଠୁ ବୁଢା ସମସ୍ତେ କୁମ୍ଭୀର ଦେଖିବାକୁ ଭିଡ଼ ଲଗାଇଥିଲେ । ପରେ ଗ୍ରାମବାସୀମାନେ ମିଶି କୁମ୍ଭୀରକୁ ଘଉଡାଇ ଦେବାକୁ ଉଦ୍ୟମ କରିଥିଲେ ହେଲେ ନଦୀରେ ଥିବା ଘଞ୍ଚ ଦଳ ମଧ୍ୟରେ କୁମ୍ଭୀରଟି ଲୁଚି ଯାଇଛି । ଏହାକୁ ନେଇ ନଦୀ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

ତେବେ କୁମ୍ଭୀର ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବନ କର୍ମଚାରୀ ଅପରାହ୍ନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ । ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ହଠାତ କୁମ୍ଭୀର ଦେଖାଯାଇଥିବାରୁ ଲୋକମାନଙ୍କ ମନରେ ଭୟ ବଢିଯାଇଛି । ଏପରିକି ଅନ୍ଧାର ରାତିରେ ବାହାରେ ଗାଈଗୋରୁ, ଛେଳି ମେଣ୍ଢା ବନ୍ଧା ହେଉଥିବାରୁ ବର୍ତ୍ତମାନ କୁମ୍ଭୀର ପାଇଁ ଏହି ଗୃହପାଳିତ ପଶୁମାନେ ମଧ୍ୟ ସୁରକ୍ଷିତ ନଥିବା ଆଶଙ୍କା କରିଛନ୍ତି ଗ୍ରାମବାସୀ ।

ପ୍ରକାଶଥାଉ କି, କିଛି ମାସ ତଳେ କେନ୍ଦ୍ରାପଡା ରାଜନଗର ରଙ୍ଗଣି ପଞ୍ଚାୟତ କୁରୁମାସାହିର ଜଣେ ୧୮ ବର୍ଷୀୟା ଯୁବତୀ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ଯୁବତୀ ଛେଳି ଚରାଉଥିବା ସମୟରେ ଛେଳି ପଲରୁ ଗୋଟିଏ ଛେଳି ଭିତରକନିକାକୁ ସଂଯୋଗ କରୁଥିବା ଭେକଟା ନାଳ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା । ଛେଳିକୁ ଖୋଜି ଖୋଜି ଯୁବତୀ ଜଙ୍ଗଲ ମଧ୍ୟକୁ ଯାଇଥିବା ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.