ETV Bharat / state

ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ଅଫିସ ଆସୁନାହାନ୍ତି ଡାକ୍ତର - kendrapada latest news

କେନ୍ଦ୍ରାପଡ଼ାରେ ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର। ଆଟେଣ୍ଡାଣ୍ଟଙ୍କ ଭରଷାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଗୁଡିକର ଭବିଷ୍ୟତ। ଦାୟିତ୍ବରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଦେଖିବା ସ୍ବପ୍ନ ହୋଇଥିବା ବେଳେ ଗୃହ ପାଳିତ ପଶୁଙ୍କ ସ୍ବାସ୍ଥ୍ୟ ସେବା ବର୍ତ୍ତମାନ ଘରୋଇ ଅନଭିଜ୍ଞ ଡାକ୍ତରଙ୍କ ହାତରେ ।

vetenary-center-issue-in-kendrapada-doctor-not-coming-to-the-office
ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ଅଫିସ ଆସୁନାହାନ୍ତି ଡାକ୍ତର
author img

By

Published : Jun 11, 2020, 5:24 PM IST

କେନ୍ଦ୍ରାପଡା: ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର। ଆଟେଣ୍ଡାଣ୍ଟଙ୍କ ଭରଷାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଗୁଡିକର ଭବିଷ୍ୟତ। ଦାୟିତ୍ବରେ ଥିବା ପ୍ରାଣୀଧନ ନିରୀକ୍ଷକଙ୍କୁ ଦେଖିବା ସ୍ବପ୍ନ ହୋଇଥିବା ବେଳେ ଗୃହ ପାଳିତ ପଶୁଙ୍କ ସ୍ବାସ୍ଥ୍ୟ ସେବା ବର୍ତ୍ତମାନ ଘରୋଇ ଅନଭିଜ୍ଞ ଡାକ୍ତରଙ୍କ ହାତରେ । ଗୃହ ପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ନିର୍ମିତ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଗୁଡିକୁ ଆସୁ ନାହାନ୍ତି ଡାକ୍ତର।

ଅବ୍ୟବସ୍ଥାରେ ଚାଲିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ଅଫିସ ଆସୁନାହାନ୍ତି ଡାକ୍ତର

କେନ୍ଦ୍ରାପଡ଼ା ବ୍ଲକ କୋରୋ ପଞ୍ଚାୟତ ଅଧିନ ତନାର ଗାଁରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ମାସ ମାସ ଧରି ଡାକ୍ତର ଆସୁନଥିବାରୁ ଗୃହ ପାଳିତ ପଶୁପକ୍ଷୀ ମାନଙ୍କର ଚିକିତ୍ସା ଓ ଟୀକାକରଣ ହୋଇ ପାରୁନାହିଁ । ଏହି କେନ୍ଦ୍ର ଉପରେ କୋରୋ, ତନାର, ଗଇଦୁଆ, ପାଳକଣା, ପିଙ୍ଗଳ ଆଦି ଗାଁର 18ଟି ୱାର୍ଡର ପ୍ରାୟ 10000ରୁ ଉର୍ଦ୍ଧ୍ବ ଗାଈଗୋରୁ, ମଇଁଷି, ଛେଳି, ମେଣ୍ଢାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଭର କରିଥାଏ। ସରକାରଙ୍କ ଦ୍ବାରା ବିଭିନ୍ନ ବିଜ୍ଞାପନ କେନ୍ଦ୍ର ମଧ୍ୟରେ ମରା ଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ଏହି କେନ୍ଦ୍ରରେ ଦେଖାଯାଏ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ଡାକ୍ତର ବର୍ଷକରେ ଥରେ ଅଧେ ଦେଖା ଦିଅନ୍ତି। ଜଣେ ଆଟେଣ୍ଡାଣ୍ଟ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଔଷଧ ଆଦି ଦେଉଥିବା ବେଳେ ଡାକ୍ତର ଦେଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କଲେ "ମୁଁ ଅନ୍ୟ ସେଣ୍ଟରରେ କାମ କରୁଛି, ଆଜି ତମ ସେପଟେ ବାରି ନାହିଁ"ବୋଲି କହୁଥିବା ଅଭିଯୋଗ ହେଉଛି।

ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କ ସମ୍ବନ୍ଧରେ ଏହି ଅଭିଯୋଗ ଉପରେ ତ୍ବରିତ ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି କେନ୍ଦ୍ରପଡା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ। ଅନ୍ୟପଟେ ଜିଲ୍ଲାର 249ଟି ପଞ୍ଚାୟତରେ 83ଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଥିବା ବେଳେ ମାତ୍ର 38ଜଣ କର୍ମଚାରୀ ରହିଛନ୍ତି। ଜିଲ୍ଲାରେ LI ଓ VT ଙ୍କ ଆବଶ୍ୟକୀୟ ସଂଖ୍ୟା 93 ଥିବା ବେଳେ ବର୍ତ୍ତମାନ ମାତ୍ର ପ୍ରାଣୀଧନ ନିରୀକ୍ଷକ 32ଜଣ ରହିଥିବା ବେଳେ ଭେଟେନାରୀ ଟେକ୍ନିସିଆନ 6ଜଣ ଅଛନ୍ତି ଯାହାକି ଆବଶ୍ୟକୀୟ ସଂଖ୍ୟାର 50%ରୁ ବି କମ। ପ୍ରତି ମାସରେ ଜିଲ୍ଲାରୁ ପ୍ରାଣୀଧନ ବିଭାଗର କର୍ମଚାରୀ ଅବସର ଗ୍ରହଣ କରୁଥିଲେ ମଧ୍ୟ ଏମାନଙ୍କ ସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ଦେଉନାହିଁ ବିଭାଗ। ବାରମ୍ବାର ଉଚ୍ଚ ଅଧିକାରୀ ମାନଙ୍କୁ କର୍ମଚାରୀ ନିଯୁକ୍ତି ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା କହିଛନ୍ତି ଉପଖଣ୍ଡ ପ୍ରାଣୀଧନ ଚିକିତ୍ସା ଅଧିକାରୀ।

ଗୋଟିଏ ପଟେ ଜନସାଧାରଣ ବିଭାଗର ଦୋଷ ଦୁର୍ବଳତାକୁ ପ୍ରକାଶ କରି ଡାକ୍ତରଙ୍କ ଦାୟିତ୍ବହୀନତାକୁ ଦାୟୀ କରୁଥିବା ବେଳେ ବିଭାଗ ଉପରିସ୍ଥ ଅଧିକାରୀ ମାନଙ୍କୁ ଦୋଷ ଦେଇ ଖସିଯିବାକୁ ବସିଥିବା ଦେଖାଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାଣୀଧନ ବିଭାଗରେ। ତେବେ ଏନେଇ ତ୍ବରିତ ପଦକ୍ଷେପ ନେବା ପାଇଁ ଦାବି ଜୋର ଧରିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.