ETV Bharat / state

ଚିନ୍ତାରେ ଚାଷୀ: ଲକଡାଉନ ଓ ଅଦିନିଆ ବର୍ଷା ପରେ ବଜାର ଅଭାବ

ପ୍ରଥମେ କୋରୋନା ଜନିତ ଲକଡାଉନ ଓ ପରେ ଅଦିନିଆ ବର୍ଷା । ପରିବା ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀ ପରିବାରର ଯେପରି ହସ ବନ୍ଦ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 25, 2020, 10:39 PM IST

Updated : Apr 26, 2020, 10:41 AM IST

ଚିନ୍ତାରେ ଚାଷୀ: ଲକଡାଉନ ଓ ଅଦିନିଆ ବର୍ଷା ପରେ ବଜାର ଅଭାବ
ଚିନ୍ତାରେ ଚାଷୀ: ଲକଡାଉନ ଓ ଅଦିନିଆ ବର୍ଷା ପରେ ବଜାର ଅଭାବ

କେନ୍ଦ୍ରାପଡା: କୋଭିଡ-19 ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି । ହେଲେ ଏହାକୁ ନେଇ ଚିନ୍ତାରେ ପରିବା ଚାଷୀ । ନିଜ କ୍ଷେତରେ କରିଥିବା ପନିପରିବା ବିକ୍ରି କରିବା ପାଇଁ ବଜାରର ଅଭାବ ଦେଖାଦେଇଛି । କିପରି ଏହାକୁ ବିକ୍ରି କରାଯିବ ସେନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ ।

ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରୁ ଋଣ କରି ଚାଷୀମାନେ ପରିବା ଚାଷ କରିଥିଲେ । ତେବେ ପ୍ରଥମେ କୋରୋନା ଜନିତ ଲକଡାଉନ ଓ ପରେ ଅଦିନିଆ ବର୍ଷା ପରିବା ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀ ପରିବାରର ହସ ଛଡାଇ ନେଇଛି । ଭେଣ୍ଡି, କାକୁଡି, କଲରା, ବିନ୍ସ ଭଳି ପରିବା ଚାଷ କରୁଥିବା ଚାଷୀମାନଙ୍କ ଜମିରେ ପାଣି ଜମି ରହୁଥିବା ବେଳେ ବଜାର ଅଭାବ ପାଇଁ ବିକ୍ରି ହୋଇପାରୁନାହିଁ ପରିବା ।

ରାଜ୍ୟ ସରକାର ଗତ କିଛି ଦିନ ତଳେ ଉଦ୍ୟାନ କୃଷି କରୁଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ୱେବସାଇଟ od.hortimarketing.nic.in ଜାରି କରି ପରିବା ଚାଷୀଙ୍କ ପାଇଁ ବଜାର ସ୍ଥିର କରୁଥିବା କହିଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଚାଷୀମାନେ ନିଜ ପାଖରେ ଥିବା ପରିବା ପରିମାଣ ବ୍ଲକ ଉଦ୍ୟାନ କୃଷି ଅଧିକାରୀଙ୍କ ମାଧ୍ୟମରେ ପଞ୍ଜୀକରଣ କରାଇବେ ଓ ଉକ୍ତ ତଥ୍ୟ ୱେବସାଇଟରେ ଅପଲୋଡ ହେବ । ଏହାପରେ ବ୍ୟବସାୟୀମାନେ ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚି ପରିବା ନେଇପାରିବେ ବୋଲି କହିଛନ୍ତି ଉଦ୍ୟାନ କୃଷି ଅଧିକାରୀ ।

ତେବେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କର ହୋଇଥିବା କ୍ଷତିପୂରଣ ବାବଦରେ କୌଣସି ସରକାରୀ ସହାୟତା ମିଳିବ କି ନାହିଁ ସେନେଇ କିଛି ସୂଚନା ନାହିଁ ବୋଲି କହିଛନ୍ତି କୃଷି ଅଧିକାରୀ । ତେବେ ଅସହାୟ ଚାଷୀଙ୍କୁ କେବେ ସହାୟତା ମିଳୁଛି ଓ କେବେ ଏମାନଙ୍କର ପରିବା ବିକ୍ରି ହେଉଛି ତାହା ଦେଖିବାକୁ ବାକି ରହିଲା । ଲକଡାଉନରେ ସବୁଠାରୁ ଅଧିକ ସମସ୍ୟା ଏମାନେ ହି ଭୋଗୁଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 26, 2020, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.