ETV Bharat / state

ଦିନରେ ଲଣ୍ଠନ ଧରି ଷ୍ଟ୍ରିଟ ଲାଇଟ ଦାବି କଲେ ଧୂମାତବାସୀ

author img

By

Published : Mar 24, 2023, 12:24 PM IST

କେନ୍ଦ୍ରାପଡ଼ା ବ୍ଳକ ପରିସରରେ ଦୁର୍ନୀତିକୁ ଅଭିଯୋଗ କରି ଅଭିନବ ପ୍ରତିବାଦ । ଲଣ୍ଠନ ଧରି ଷ୍ଟ୍ରିଟ ଲାଇଟ ଦାବି କଲେ ଧୂମାତବାସୀ । ଅଧିକ ପଢନ୍ତୁ

unique protest
unique protest
unique protest

କେନ୍ଦ୍ରାପଡା: ଦୁର୍ନୀତି ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଧୂମାତବାସୀ । ଦିନରେ ଲଣ୍ଠନ ଧରି ଷ୍ଟ୍ରିଟ ଲାଇଟ ଦାବି କରିଛନ୍ତି ଧୂମାତବାସୀ । ଏନେଇ ଲୋକଙ୍କ ସମାଧାନ ବଦଳରେ ଅଭିଯୋଗକାରୀଙ୍କ ଉପରେ ଗର୍ଜିଲେ ବିଡିଓ । ତେବେ ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ବ୍ଳକ ପରିସରରେ ଦେଖିବାକୁ ମିଳିଥିଲା ଏଭଳି ରୋଚକ ଦୃଶ୍ୟ । ବହୁ ଚର୍ଚ୍ଚିତ କେନ୍ଦ୍ରାପଡାର ଧୂମାତ ପଞ୍ଚାୟତର ପାଖାପାଖି ୬୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ବ୍ଲକ ପରିସରରେ ଜମା ହୋଇ ପଞ୍ଚାୟତର ଲାଇଟ କିଣା ଦୁର୍ନୀତିର ପ୍ରତିବାଦ ସ୍ବରୂପ ଲଣ୍ଠନ ଆଣି ପ୍ରତିବାଦ କରିଥିଲେ ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ସରପଞ୍ଚ ଷ୍ଟ୍ରିଟ ଲାଇଟ ଲଗାଇବା ପ୍ରତିବଦଳରେ ପୁରୁଣା ବଲବ ସଜାଡି ଲକ୍ଷାଧିକ ଟଙ୍କାର ବାଟମାରଣା କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ୧୦ରୁ ୨୦ ହଜାର ଟଙ୍କା ଦାବି କରାଯାଉଛି ଓ ଯେଉଁ ହିତାଧିକାରୀ ଟଙ୍କା ଦେବାକୁ ଅସମର୍ଥ ହେଉଛନ୍ତି ସେମାନଙ୍କ ନାମ ଲିଷ୍ଟରୁ ଚଞ୍ଚକତା କରି କାଟି ଦିଆଯାଉଛି । ଯାହାକି ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକେ ପାଲ ଟାଣି ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-Special Train For Navratri: ଯାତ୍ରୀଙ୍କ ପାଇଁ ଖୁସି ଖବର, ନବରାତ୍ରୀ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ଏହା ମଧ୍ୟ ପଢନ୍ତୁ-HI Wins Best Organiser Award: ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ପୁରସ୍କାର

ସେହିଭଳି ମନରେଗା ଯୋଜନାରେ ଗାଁରେ ରହୁଥିବା ଶ୍ରମିକ ଶ୍ରେଣୀର ଲୋକଙ୍କୁ କାମ ଦିଆଯାଉ ନଥିବା ବେଳେ ରାଜ୍ୟ ବାହାରେ ରହୁଥିବା ଲୋକ ଯିଏ ଦିନେ ହେଲେ ଶ୍ରମ କାର୍ଡ(ଜବକାର୍ଡ଼)ରେ କାମ କରି ନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ମନରେଗା ଯୋଜନାର ଦୈନିକ ୨୨୨ ଟଙ୍କା ପୈଠ କରାଯାଉଛି । ତେବେ ଏନେଇ ବ୍ଲକ ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା ଓ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସଫେଇ ଦେଇଛନ୍ତି । ଏଥିସହ ଅଭିଯୋଗକାରୀଙ୍କ ପ୍ରତି କଠୋର ହୋଇଛନ୍ତି କେନ୍ଦ୍ରାପଡ଼ା ବିଡ଼ିଓ । ଯାହା ଅଭିଯୋଗ କରିବା କଥା ସିଧାସଳଖ କର ମିଡ଼ିଆକୁ କାହିଁକି ଦଖଲ କରୁଛ ବୋଲି ବିଡ଼ିଓ ସତର୍କ କରିଥିବା କାରଣରୁ ପଞ୍ଚାୟତ ଲୋକଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.