ETV Bharat / state

ଯୋଜନାର ଲାଭାର୍ଥୀ ଓ ଉପକାରିତା ପାଇଁ ପ୍ରବାସ ଯୋଜନା: କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ

author img

By

Published : Sep 10, 2022, 10:27 PM IST

ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l ଅଧିକ ପଢ଼ନ୍ତୁ

ଯୋଜନାର ଲାଭାର୍ଥୀ ଓ ଉପକାରିତା ପାଇଁ ପ୍ରବାସ ଯୋଜନା :  ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ

କେନ୍ଦ୍ରାପଡ଼ା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭେଟିବା ସହିତ ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଯଥାର୍ଥ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ l

ଏହି ଅବସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟକାରିତା ଏବଂ ହିତାଧିକାରୀଙ୍କ ସନ୍ତୁଷ୍ଟିକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇଥିଲେ।

ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ ପାଇଁ ରାଜ୍ୟ ସରକାର ଆବେଦନ କଲେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ ବୋଲି କହିଥିଲେ । ଏହାସହ ଲୋକମାନଙ୍କ ସହ ଯୋଡ଼ିହେବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରବାସ ଯୋଜନାର ନିର୍ଦ୍ଦେଶ ସମସ୍ତ ମନ୍ତ୍ରୀଙ୍କ ପାଇଁ ଏକ ଆନନ୍ଦର ବିଷୟ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପକ୍ଷରେ ଜିଲ୍ଲାକୁ ଜିଲ୍ଲା ବୁଲି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରୁଛନ୍ତି ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା 7 କେନ୍ଦ୍ର ମନ୍ତ୍ରୀ ଶନିବାର ବିଭିନ୍ନ ଜିଲ୍ଲା ବୁଲି ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ଘରକୁ ଯାଇ କେନ୍ଦ୍ରର ଯୋଜନା କିପରି ପହୁଁଞ୍ଚୁଛି ପଚାରି ବୁଝିଥିଲେ । ଲୋକଙ୍କ ଅସୁବିଧା ବୁଝି ଫେରିବା ପରେ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀଗଣ ।

ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେବା ସହ କାର୍ଯ୍ୟାନ୍ବୟନ ଦିଗରେ ରାଜ୍ୟସରକାରଙ୍କ ନିଷ୍କ୍ରିୟତାର ଗୁମର ଖୋଲିଥିଲେ । ଓଡିଶାରେ କେନ୍ଦ୍ରୀୟ ଯୋଜନା ବାଟମାରଣା ହେବାର ଅଭିଯୋଗ ଓ ଗ୍ରାଉଣ୍ଡରେ ଏହାର ଉଦାହରଣ ଅନେକ ରହିଛି । ପକ୍କା ଘର ହେଉ କି ପାନୀୟ ଜଳ ଯୋଗାଣ ସବୁଥିରେ ରାଜ୍ୟ ସରକାରଙ୍କ କାର୍ଯ୍ୟାକାରିତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.