ETV Bharat / state

କେନ୍ଦ୍ରାପଡ଼ାରେ UGCର 6 ଜଣିଆ ଟିମ

author img

By

Published : Dec 18, 2021, 7:47 AM IST

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ UGCର ୬ଜଣିଆ ଟିମ ପହଞ୍ଚି ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଅଧିକ ପଢନ୍ତୁ

ସ୍ୱୟଂଶାସିତ ମହାବିଦ୍ୟାଳୟ ନବୀକରଣ ପାଇଁ କେନ୍ଦ୍ରାପଡ଼ାରେ UGC ଟିମ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ UGCର ୬ଜଣିଆ ଟିମ ପହଞ୍ଚି ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଶୁକ୍ରବାର ସକାଳେ ଗୁଜୁରାଟର ଶୈଳେଶ ଏନ. ଜାଲାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ ମହାବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ମହାବିଦ୍ୟାଳୟ ଏନସିସି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଟିମକୁ ସ୍ୱାଗତ କରାଯାଇଥିବା ବେଳେ ସ୍ଥାନୀୟ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଏହି ଟିମ ସହ ଆଲୋଚନା କରିଥିଲେ । ଏହି ଟିମ ବ୍ୟାଟେରୀ ଚାଳିତ ଏକ ଗାଡ଼ିରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଏଥିସହିତ ସ୍ୱୟଂଶାସିତ ହେବା ପାଇଁ ମହାବିଦ୍ୟାଳୟ ପ୍ରକ୍ରିୟାର ନବୀକରଣ ପାଇଁ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିବା କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ । ଭବିଷ୍ୟତରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି କାଉନସିଲ ଖୋଲିବା ସହ କେନ୍ଦ୍ରାପଡ଼ା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା କାରଣରୁ ମହାବିଦ୍ୟାଳୟରେ କୃଷି ଭିତ୍ତିକ ପାଠ୍ୟକ୍ରମରେ ଅଧିକ ବିଭାଗ ଖୋଲିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି ଏହି ଟିମ ।

UGC ଶିକ୍ଷା ବିଭାଗର ଡ଼. ଶର୍ମାଙ୍କ ସଂଯୋଜନାରେ ଏହି ଟିମ ଆସିଥିବା ବେଳେ ସମସ୍ତ ବିଭାଗ ମୁଖ୍ୟ, ଶିକ୍ଷକ ଓ ଅଣଶିକ୍ଷକ ଷ୍ଟାଫଙ୍କ ସହ ଆଲୋଚନା କରିବ ଏହି ଦଳ ।ଅପରପକ୍ଷରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଆଜି ଏହି ଟିମ ବିଦାୟ ନେବ ବୋଲି ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.