ETV Bharat / state

ମାଟି ଅତଡା ଧସି ଚାଲିଗଲା ଦୁଇ କଅଁଳ ଜୀବନ

author img

By

Published : Jun 9, 2022, 11:40 AM IST

Updated : Jun 9, 2022, 12:16 PM IST

କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣାରେ ଅଘଟଣ l ମାଟି ଅତଡା ଧସି ଯିବାରୁ ଦୁଇ ଶିଶୁଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଖେଳ ହେଲା କାଳ;ପୋଖରୀରୁ ମାଟି ଅତଡା ଖସି ୨ଶିଶୁଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣାରେ ଅଘଟଣ l ମାଟି ଅତଡା ଧସି ଯିବାରୁ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରଗଣ୍ଡ ପାଟଣାମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ 10 ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲାଜଙ୍କ 7 ବର୍ଷର ପୁଅ ସୁରେନ୍ଦ୍ର ନିଜର ଅନ୍ୟ 3 ଜଣ ସାଙ୍ଗଙ୍କ ସହ ବୁଧବାର ଦିନ ଗାଁ ନିକଟରେ ଖନନ ହୋଇଥିବା ଏକ ପୋଖରି ଭିତରେ ପଶି ଖେଳୁଥିଲେ l ଏହି ସମୟରେ ହଠାତ ପୋଖରୀ ବନ୍ଧରୁ ମାଟି ଅତଡା ଧସି ଯାଇଥିଲା l ଫଳରେ ଦୁଇ ଜଣ ଶିଶୁ ସେହି ମାଟି ଅତଡା ତଳେ ଚାପି ହୋଇ ରହି ଯାଇଥିଲେ l

ମାଟି ଅତଡା ଧସି ଚାଲିଗଲା ଦୁଇ କଅଁଳ ଜୀବନ

ଏହି ଅଘଟଣ ଘଟିବା ପରେ ଅନ୍ୟ ସାଙ୍ଗ ମାନେ ଭୟଭୀତ ହୋଇ ଘରକୁ ଚାଲି ଯାଇଥିଲେ l କିନ୍ତୁ ଭୟରେ କାହାକୁ କିଛି କହି ନଥିଲେ l ପରେ ସନ୍ଧ୍ୟା ସମୟରେ ଘଟଣା ଜଣାପଡିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମାଟି ଭିତରୁ ଶିଶୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ l ଶିଶୁ ଦୁହିଁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ଅଘଟଣ ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ,କେନ୍ଦ୍ରାପଡ଼ା

Last Updated : Jun 9, 2022, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.