ETV Bharat / state

ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ ଘଟଣା: 2 ଡାକ୍ତରଙ୍କ ସହ 6 ସହଯୋଗୀ ଗିରଫ - ପୋଲିସକୁ ଆକ୍ରମଣ

କେନ୍ଦ୍ରାପଡ଼ାରେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଡାକ୍ତରଙ୍କ ସହ ତାଙ୍କର ୬ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

Two doctors arrested, kendrapara police, attacking on police and journalists, 6 ସହଯୋଗୀ ସହ ଦୁଇ ଡାକ୍ତର ଗିରଫ, ଡାକ୍ତରଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ, ପୋଲିସକୁ ଆକ୍ରମଣ, କେନ୍ଦ୍ରାପଡ଼ା ପୋଲିସ
ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ କରି ଦୁଇ ଘରୋଇ ଡାକ୍ତର ଗିରଫ
author img

By

Published : Aug 1, 2020, 9:04 AM IST

Updated : Aug 1, 2020, 10:31 AM IST

କେନ୍ଦ୍ରାପଡ଼ା:ପୋଲିସକୁ ଆକ୍ରମଣ କରି ଦୁଇ ଡାକ୍ତର ଗିରଫ । ଗିରଫ କଲା ଟାଉନ୍ ପୋଲିସ । ଡାକ୍ତରଙ୍କ ସହ ତାଙ୍କର ୬ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ଡାକ୍ତର ଦ୍ବୟ ହେଉଛନ୍ତି ଦେବାଶିଷ ସାହୁ ଓ ଶିବାଶିଷ ସାହୁ ।

ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ କରି 2 ଘରୋଇ ଡାକ୍ତର ଗିରଫ

ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସମ୍ପୃକ୍ତ ସାମ୍ବାଦିକ ଟାଉନ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଟାଉନ ଥାନା ପୋଲିସ ନର୍ସିଂହୋମରେ ପହଁଞ୍ଚିବା ପରେ ଦୁଇ ଡାକ୍ତର ଏବଂ ତାଙ୍କର ସହଯୋଗୀ ମାନେ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ l ଏହି ଘଟଣାରେ ଦୁଇଜଣ ପୋଲିସ ଓ ସାମ୍ବାଦିକ ଆହତ ହୋଇଥିବା ଜଣାପଡିଛି l

ଘଟଣାରେ ଆହତ ସାମ୍ବାଦିକ ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ଏତଲା ଦିଆଯାଇଛି l ଯାହାପରେ ଟାଉନ ପୋଲିସ କେସ ନମ୍ବର ୧୨୬/୨୦, ୧୨୭/୨୦ ରେ ମାମଲା ଦାୟର କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ IPC ଦଫା 341, 223, 294, 506, 307, 37, 34 ଏବଂ 147, 353, 332, 333, 294, 307, 506,149 ଲଗାଇଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 1, 2020, 10:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.