ETV Bharat / state

ବିଶ୍ବାସ ଓ ଆସ୍ଥାର ଗାଁ କବାଟହୀନ ‘ସିଆଳିଆ’ ଗାଁ

ଦିନକୁ ଦିନ ରାହାଜାନୀ ଛିନତାଇ ବଢି ଚାଲିଥିବା ବେଳେ ଏଭଳି ଏକ ଗାଁ ସମସ୍ତଙ୍କ ପାଇଁ ଉଦାହରଣ । ସେହି ଗାଁ ହେଉଛି ଜିଲ୍ଲାର ବିଶ୍ବାସର ଗାଁ ‘ସିଆଳିଆ’ । ଏପରି ଏକ ଗାଁ ଯେଉଁ ଗାଁରେ କାହାରି ଘରେ କବାଟ ଲାଗି ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 14, 2019, 5:37 PM IST

କେନ୍ଦ୍ରାପଡ଼ା: ଦିନକୁ ଦିନ ରାହାଜାନୀ ଛିନତାଇ ବଢି ଚାଲିଥିବା ବେଳେ ଏଭଳି ଏକ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ସେହି ଗାଁ ହେଉଛି କେନ୍ଦ୍ରାପଡା ଜିଲ୍ଲାର ବିଶ୍ବାସର ଗାଁ ‘ସିଆଳିଆ’ । ଏପରି ଏକ ଗାଁ ଯେଉଁ ଗାଁରେ କାହାରି ଘରେ କବାଟ ଲାଗି ନାହିଁ । ଯେଉଁ ଗାଁରୁ କେବେ ବି ଚୋରି ହୁଏ ନାହିଁ । ରାଜକନିକାରେ ଥିବା ଏହି ଗାଁର ସ୍କୁଲରେ ବି ସମାନ ଅବସ୍ଥା । କେଉଁଠି ବି ନାହିଁ ଚୋରିର ଭୟ । କୁକୁର କିମ୍ବା ଅନ୍ୟ ଜୀବଜନ୍ତୁକୁ ଯିବାକୁ ନଦେବା ପାଇଁ କେହି କେହି କବାଟ ଲଗାନ୍ତି । ନଚେତ ସବୁ କିଛି ଖୋଲାମେଲା ଥାଏ । ବର୍ଷ ବର୍ଷ ଧରି ଗାଁ ଲୋକଙ୍କ ଏହି ବିଶ୍ବାସ ଗାଁ ପାଇଁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ଏହି ପ୍ରସିଦ୍ଧ ଇଷ୍ଟଦେବୀ ହେଉଛନ୍ତି ଖାରଖାଇ ଠାକୁରାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

· ଗାଁକୁ ନାହିଁ ଚୋରିର ଭୟ
· ଗାଁ ଠାକୁରାଣୀ ଜଗିଛନ୍ତି ଘର
· ଘର ଦୁଆର ସବୁଠି ମେଲା
· ଥାନାରେ ନାହିଁ ଚୋରି ମାମଲା

ଏମିତିକି ଗାଁରୁ ଗୋଟିଏ ବାଇକ ଚୋରି ହୋଇଥିଲା । କିନ୍ତୁ କିଛି ଦିନ ପରେ ଗାଡି ଆସି ପୁଣି ଚୋରି ହୋଇଥିବା ସ୍ଥାନରେ ଦେଖିବାକୁ ମିଳିଥିଲା । ଯାହା ଗ୍ରାମବାସୀଙ୍କ ବିଶ୍ବାସକୁ ଆହୁରି ଦୁଇ ଗୁଣିତ କରି ଦେଇଛି । ଦେବୀଙ୍କ ଆସ୍ଥାନରେ ଏକ ଶବ ରହିଥିବା ବେଳେ ଶିଆଳ ଓ କୁକୁର ହାତଗୋଡକୁ ଭିଡି ଧରିଛନ୍ତି । ବନ୍ଧକୁ ଆଉଜି କବାଟ ଉପରେ ମା’ ରହିଛନ୍ତି । ଗ୍ରାମବାସୀଙ୍କ ବିଶ୍ବାସ, ତାଙ୍କ ଘର ବନ୍ଧରେ ବି ମାଙ୍କ ନଜର ରହିଛି । ଆଉ ପୋଲିସ ମଧ୍ୟ ରାତି ହେଲେ ନିଶ୍ଚିନ୍ତରେ ଶୋଇଥାଏ ।

ମହାରାଷ୍ଟ୍ରର ଶନିସିଗ୍ନାପୁରମ ହେଉ କି କେନ୍ଦ୍ରାପଡ଼ାର ସିଆଳିଆର ଖାରଖାଇ ଠାକୁରାଣୀ ଆଜିର ଯୁଗ ପାଇଁ ଅନନ୍ୟ ଉଦାହରଣ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.