କେନ୍ଦ୍ରାପଡା: ରାଜ୍ୟରେ ଦିନକୁ ବଢିଚାଲିଛି ସଡକ ଦୁର୍ଘଟଣା । ଟିକେ ଅସାବଧାନତା ପାଇଁ ଲିଭି ଯାଉଛି ଅନେକଙ୍କ ଜୀବନ ଦୀପ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳ 53 ନମ୍ବର ରାଜପଥରେ ଟ୍ରକ ଆଗରେ ହେଲପର ଶୋଇଥିବା ବେଳେ ଆସାବଧାନତା ବଶତଃ ଡ୍ରାଇଭର ଗାଡି ଗଡାଇ ଦେବାରୁ ହେଲପର ଜଣଙ୍କର ମୃ୍ତ୍ୟୁ ହୋଇଛି ।
ସୂଚନାଅନୁସାରେ, ମାର୍ଶାଘାଇ ଅଞ୍ଚଳରେ ଗୋଟିଏ ଟ୍ରକର ହେଲପର ଟ୍ରକ ଆଗରେ ଶୋଇଥିଲା । ସେହି ସମୟରେ ଅସାବଧାନତା ପାଇଁ ଟ୍ରକ ଡ୍ରାଇଭର ହେଲପର ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି ।
ଦୁର୍ଘଟଣାର ଖବର ପାଇ ପୋଲି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଟ୍ରକକୁ ଜବତ କରିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଜିଲ୍ଲାରେ ମାସ କରେ 100ଜଣଙ୍କର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ