ETV Bharat / state

ନିୟମକୁ ଫୁ, ପଟ୍ଟାମୁଣ୍ଡାଇରେ ମହିଳାଙ୍କୁ ତିନି ତଲାକ - ପଟ୍ଟାମୁଣ୍ଡାଇରେ ତିନି ତଲାକ

ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ ଗୃହୀତ ହେବା ଘଟଣାକୁ ନେଇ ସାରା ଦେଶ ଏବେ ଚର୍ଚ୍ଚା । କିନ୍ତୁ ଏଭଳି ସ୍ଥିତିରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରୁ ତିନି ତଲାକ ଅଭିଯୋଗ ସାମ୍ନାକୁ ଆସିଛି।

ଡିଜାଇନ ଫଟୋ
author img

By

Published : Aug 11, 2019, 3:13 AM IST

କେନ୍ଦ୍ରାପଡା: ଦେଶରେ ତିନି ତଲାକ ବ୍ଯାନ ହୋଇସାରିଛି । ଏପରିକି ତିନି ତଲାକ ଅପରାଧ ଶ୍ରେଣୀଭୁକ୍ତ ହେବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ ମଧ୍ୟ ଗୃହିତ ହୋଇଛି । ହେଲେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ତିନି ତଲାକକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆସିଛି । ତିନି ତଲାକ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପଟ୍ଟାମୁଣ୍ଡାଇ ପୌରପରିଷଦର 11 ନମ୍ବର ୱାର୍ଡରେ ରହୁଥିବା ରୁବିନା ଖାତୁନ ଏହି ଅଭିଯୋଗ ଆଣିଛନ୍ତି । ରୁବିନାଙ୍କ ଅଭିଯୋଗ ଅନୁଯାୟୀ, ଆବୁ ସୁଫିଆନ ଖାନକୁ ପ୍ରେମ ବିବାହ କରି ୬ ମାସ ହେବ ହାଇଦ୍ରାବାଦରେ ରହୁଥିଲେ। ସେଠାରେ ୬ ମାସ ରହିବା ପରେ ରୁବିନା ଖାତୁନ ଗର୍ଭବତୀ ହୋଇଥିଲେ। ପରେ ତାଙ୍କ ସ୍ବାମୀ ରୁବିନାକୁ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ ।

ପ୍ରକାଶ ଯେ, ଖାତୁନଙ୍କୁ ଶାଶୁଘର ପକ୍ଷରୁ ଦୁଇ ଲକ୍ଷ ଟଙ୍କା ସହ ଯୌତୁକ ବାବଦରେ ବିଭିନ୍ନ ଜିନିଷ ଆଣିବାକୁ ବିଭିନ୍ନ ସମୟରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏନେଇ ସେ ସ୍ବାମୀଙ୍କୁ ଜଣାଇବାରୁ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ସେ ବାପଘର ଲୋକଙ୍କୁ ଜଣାଇବା ପରେ ଗାଁ କମିଟି ଏଥିରେ ହସ୍ତକ୍ଷେପ କରି ତାଙ୍କୁ ବାପଘରକୁ ନେଇ ଆସିଥିଲେ । ପରେ ରୁବିନାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ସେ ଯେତେବେଳେ ଝିଅକୁ ନେଇ ଶାଶୁଘରକୁ ଫେରିଥିଲେ । ଯୌତୁକ ବିନା ଘରେ ପୁରାଇ ଦେବେନି ବୋଲି ରୋକଠୋକ୍ ଶୁଣାଇଥିଲେ ଶାଶୁଘର ଲୋକେ । ଏନେଇ ରୁବିନା ସ୍ବାମୀଙ୍କୁ ଫୋନରେ ଜଣାଇବାରୁ ଆବୁ ସୁଫିଆନ ଫୋନରେ ତଲାକ-ତଲାକ-ତଲାକ କହି ଫୋନ କାଟି ଦେଇଥିଲେ । ତେବେ ମାମଲାର କୌଣସି ସମାଧାନ ନ ହେବାରୁ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ଅନ୍ୟପଟେ ପୋଲିସ ଏନେଇ ଆଇପିସି ଧାରା 498 (କ), 307, 506 ଅଧିନରେ ଏକ ମାମଲା (ନଂ.୨୬୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.