ETV Bharat / state

ଇକୋ ରିଟ୍ରିଟକୁ ଯାଇ ମଝି ସମୁଦ୍ରରେ ଫସିଲେ, ଅଳ୍ପକେ ବର୍ତ୍ତିଲେ ୬ ପର୍ଯ୍ୟଟକ

ମଝି ସମୁଦ୍ରରେ ଫସିଲା ପର୍ଯ୍ୟଟକ ବୋଟ । କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ରେ ବୋଟିଂ ବେଳେ ଅଘଟଣ । ଏକ ଘଣ୍ଟା ସମୁଦ୍ରରେ ଫସି ରହିବା ପରେ ସୁରକ୍ଷିତ ଉଦ୍ଧାର । ଅଧିକ ପଢ଼ନ୍ତୁ

ସମୁଦ୍ରରେ ଫସିଲା ବୋଟ
ସମୁଦ୍ରରେ ଫସିଲା ବୋଟ
author img

By

Published : Jan 3, 2023, 2:12 PM IST

ଇକୋ ରିଟ୍ରିଟକୁ ଯାଇ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ

କେନ୍ଦ୍ରାପଡା: ରାଜନଗର ପେଣ୍ଠ ସମୁଦ୍ରରେ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ୬ ପର୍ଯ୍ୟଟକ । ମଝି ସମୁଦ୍ରରେ ଫଶିଲେ ପର୍ଯ୍ୟଟକଙ୍କ ବୋଟ । ବୋଟରେ ଇନ୍ଧନ(ପେଟ୍ରୋଲ) ସରିଯିବାରୁ ମଝି ସମୁଦ୍ରରେ ପର୍ଯ୍ୟଟକ ୧ଘଣ୍ଟା ଧରି ଫସି ରହିଲେ । ସୌଭାଗ୍ୟ ବଶତଃ ବୋଟଟି ଭାସି ଆସି କୂଳରେ ଲାଗିଥିଲା । ଇକୋ ରିଟ୍ରିଟ୍ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ସହଯୋଗ ଯୋଗାଇ ଦିଆଯାଇନଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରେନ ବଗିରେ ମଳ ବୋଳିବା ସହ ଅଶ୍ଳୀଳ ଶବ୍ଦ ଲେଖୁଥିଲେ ବ୍ୟକ୍ତି, କାବୁ କଲା RPF

ପର୍ଯ୍ୟଟକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ଇକୋ ରିଟ୍ରିଟ୍ କିଛି ପର୍ଯ୍ୟଟକ ବୁଲି ଆସିଥିଲେ । ଇକୋ ରିଟ୍ରିଟ୍ ତରଫରୁ ସମୁଦ୍ରରେ ବୋଟିଂ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା । ସମୁଦ୍ର ମଧ୍ୟରେ ୨କିମି ବୋଟରେ ବୁଲାଇବା ପାଇଁ ୧୨୦୦ ଟଙ୍କା ପର୍ଯ୍ୟଟକଙ୍କଠାରୁ ନିଆଯାଇଥିଲା । କିନ୍ତୁ ବୋଟ୍‌ଟି ସମୁଦ୍ର ମଝିକୁ ଗଲାପରେ ହଠାତ୍‌ ପେଟ୍ରୋଲ ସରିଯିବାରୁ ବୋଟଟି ବନ୍ଦ ହୋଇ ସେହିଠାରେ ରହିଯାଇଥିଲା । ଗଭୀର ସମୁଦ୍ର ମଧ୍ୟରେ ଉଚ୍ଚ ଜୁଆରରେ ବୋଟଟି ଫସିରହିଲା । ସମୁଦ୍ର କୂଳରେ ଥିବା ପର୍ଯ୍ୟଟକ ଏହି ଛାତିଥରା ଦୃଶ୍ୟ ଦେଖିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅବକାରୀ ଜାଲରେ ଜିଲ୍ଲାପରିଷଦ ସଭ୍ୟ, ଘରେ ଚାଲିଥିଲା ନକଲି ମଦ କାରବାର

ସାହାଯ୍ୟ ପାଇଁ ଅନେକ ଚିତ୍କାର କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଏହାପରେ ସୌଭାଗ୍ୟବଶତଃ ବୋଟଟି ଭାସି ଆସି କୂଳରେ ଲାଗିଥିଲା ଓ ସେମାନେ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଏନେଇ ପର୍ଯ୍ୟଟକ କହିଛନ୍ତି, "ଭଗବାନଙ୍କ କୃପାରୁ ଆମେ ଜୀବନ ବଞ୍ଚାଇ କୂଳକୁ ଫେରିଲୁ। " ଅନ୍ୟପଟେ ନିଜର ତୃଟିକୁ ସ୍ଵୀକାର କରିବା ସହ ପର୍ଯ୍ୟଟକଙ୍କ ଟଙ୍କା ଫେରାଇ ଦେଇଥିବା ଇକୋ ରିଟ୍ରିଟ୍ କର୍ମଚାରୀ କହିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପେଣ୍ଠ ସମୁଦ୍ର କୂଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ୍ ଆୟୋଜନ ହୋଇଛି । ଇ ଫ୍ୟାକ୍ଟର ଠିକାସଂସ୍ଥା ଏହାକୁ ଦାୟିତ୍ବରେ ନେଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.