ETV Bharat / state

ଭିତରକନିକାରେ ପର୍ଯ୍ୟଟକଙ୍କୁ ମାଡ଼; 7 ଅଟକ, 3 ଫେରାର - kendrapara bhitarkanika tourist attack

ଗତ ରବିବାର ଭୁବନେଶ୍ବରରରୁ ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ କିଛି ସ୍ଥାନୀୟ  ଯୁବକ  ଅଶ୍ଳୀଳ ଭାଷା କହିବା ସହ ମାଡ ମାରିଥିଲେ ।  ଏଥିସହ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି ।

attack tourist
attack tourist
author img

By

Published : Dec 23, 2019, 8:15 AM IST

କେନ୍ଦ୍ରାପଡା: ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ଼। ଗତ ରବିବାର ଭୁବନେଶ୍ବରରରୁ ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ କିଛି ସ୍ଥାନୀୟ ଯୁବକ ଅଶ୍ଳୀଳ ଭାଷା କହିବା ସହ ମାଡ ମାରିଥିଲେ । ଏଥିସହ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି ।

attack tourist

ସୂଚନା ଅନୁୟାୟୀ, ଗତ ରବିବାର ସନ୍ଧ୍ୟା ସମୟରେ ଏକ ବସ ଓ କାର ଯୋଗେ ପ୍ରାୟ 70 ଜଣ ପର୍ଯ୍ୟଟକ ଭୁବନେଶ୍ବରରୁ କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ବୁଲିବାକୁ ଆସିଥିଲେ । ସେହି ସମୟରେ ପେଣ୍ଠ ବେଳାଭୂମି ଅଞ୍ଚଳର କୁରୁଣ୍ଟି ଛକ ନିକଟରେ କିଛି ସ୍ଥାନୀୟ ଯୁବକ ପର୍ଯ୍ୟଟକଙ୍କ ଅଟକାଇ ଅଶ୍ଳୀଳ ଭାଷା କହିବା ସହ ମାଡ ମାରିଥିଲେ।

ଏହାପରେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ସେମାନଙ୍କ ଗାଡିକୁ ଭାଙ୍ଗି ଦେଇଥିବା ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି 7 ଜଣ ଅଭିଯୁକ୍ତଙ୍କୁ ଅଟକ କରିଥିବା ବେଳେ ଏଥିରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ଅଟକ ଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ବଗଡ଼ା ଅଞ୍ଚଳର ଶ୍ରୀକାନ୍ତ ବରାଳ, ପ୍ରିୟରଞ୍ଜନ କର, ହେମନ୍ତ ରାଉତ, ନିହାର ଖୁଣ୍ଟିଆ, ସରୋଜ ଦାସ, ଜଗବନ୍ଧୁ ନାୟକ ଏବଂ ନିରଞ୍ଜନ ରାଉତ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.12.2019
Radhakanta Mohanty, Kendrapada
Slug-od_kpr_attack on tourist_script_7204459
Anchor-ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ଼।ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ବୁଲିବାକୁ ଆସିଥିବା ପ୍ରାୟ ୭୦ଜଣଙ୍କୁ ନେଇ ଆସିଥିବା ଗୋଟିଏ ବସ ଓ ଦୁଇଟି କାରରେ ଥିବା ପର୍ଯ୍ୟଟକ ମାନଙ୍କୁ ପେଣ୍ଠ ବେଳାଭୂମି ଅଞ୍ଚଳର କୁରୁଣ୍ଟି ଛକ ନିକଟରେ କେନ୍ଦ୍ରାପଡ଼ା ବଗଡ଼ା ଅଞ୍ଚଳର ଶ୍ରୀକାନ୍ତ ବରାଳ,ପ୍ରିୟରଞ୍ଜନ କର,ହେମନ୍ତ ରାଉତ,ନିହାର ଖୁଣ୍ଟିଆ,ସରୋଜ ଦାସ,ଜଗବନ୍ଧୁ ନାୟକ,ନିରଞ୍ଜନ ରାଉତଙ୍କ ସମେତ ଅନ୍ୟ ତିନିଜଣ ନାନାଦି ଅଶ୍ଳୀଳ ଭାଷା କହିବା ସହିତ ପର୍ଯ୍ୟଟକ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଓ ଗାଡି ଭାଙ୍ଗିଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହେବାପରେ ରାଜନଗର ପୋଲିସ ଘଟଣାର ତଦନ୍ତ କରି ୭ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି।ହେଲେ ଏଥିରେ ସମ୍ପୃକ୍ତ ଅନ୍ୟ ତିନିଜଣ ଫେରାର ହୋଇଛନ୍ତି।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.