ETV Bharat / state

ଶୌଚାଳୟ ନିର୍ମାଣରେ ଅର୍ଥ ବାଟମାରଣା, ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ... - ଶୌଚାଳୟ ନିର୍ମାଣରେ ବାଟମାରଣା

ଦେଶ ସାରା ବର୍ତ୍ତମାନ ସ୍ବଚ୍ଛଭାରତ ଅଭିଯାନ । ମାତ୍ର ଆଜି ବି ଲୋକେ ଗାଁରେ ନିତ୍ୟକର୍ମ ପାଇଁ ପଡିଆକୁ ଯିବାକୁ ପଡୁଛି ଓ ଏହାର କାରଣ ଶୌଚାଳୟର ଅଭାବ । ଲୋକେ ଶୌଚାଳୟ ଚାହୁଁଥିଲେ ହେଁ ଦଲାଲ୍ ମାନେ ନିଜ ଫାଇଦା ପାଇଁ ନିମ୍ନ ମାନର କାମ କରୁଛନ୍ତି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ମହାକାଳପଡା ବ୍ଲକରେ...

ଡିଜାଇନ ଫଟୋ
author img

By

Published : Nov 17, 2019, 2:41 PM IST

କେନ୍ଦ୍ରାପଡା: ଗାନ୍ଧୀଜୀଙ୍କ ସ୍ବଚ୍ଛ ଭାରତର ସ୍ବପ୍ନକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି ମାତ୍ର ଏହା ପ୍ରକୃତ ହିତାଧିକାରୀ ପାଖରେ ନପହଞ୍ଚି ବାଟମାରଣା ହେଉଛି । ଭଲକରି ଦେଖନ୍ତୁ ଏହି ଦୃଶ୍ୟ ଗୁଡିକୁ, କେଉଁଠି ଖଣ୍ଡିଏ ଇଟା ଯୋଡାଯାଇ ପାଞ୍ଚ ଇଞ୍ଚର କାନ୍ଥ ତ କେଉଁଠି ଶୌଚାଳୟ ଭିତରେ ଜାଳେଣୀ କାଠ । ଏନେଇ ଇଟିଭି ଭାରତ ପହଞ୍ଚିଥିଲା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ନଛିପଡା ଗ୍ରାମର । ଏହି ଗ୍ରାମର ଲୋକ ଗରିବ ଶ୍ରେଣୀର ହୋଇଥିବାରୁ ନିଜେ ଶୌଚାଳୟ କରିବା ପାଇଁ ଅସମର୍ଥ ତେଣୁ ଏଜେଣ୍ଟ ଦ୍ବାରା କାର୍ଯ୍ୟ ହୋଇଥାଏ । କିନ୍ତୁ ସେମାନେ ନିର୍ମାଣ କରିଥିବା ଶୌଚାଳୟ ବ୍ୟବହାର ଯୋଗ୍ୟ ନୁହେଁ ।

ଶୌଚାଳୟ ନିର୍ମାଣରେ ବାଟମାରଣା

ସବୁ ଯାଗାରେ ଶୌଚାଳୟ ହିତାଧିକାରୀଙ୍କୁ 12 ହଜାର ଟଙ୍କା ଦିଆଯାଇଥାଏ । ମାତ୍ର ଏହି ଗ୍ରାମର ଲୋକ ଏଜେନ୍ସିକୁ କାମ ଦେଇଥାନ୍ତି ମାତ୍ର ଏଜେନ୍ସି ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ଗ୍ରାମବାସୀ ଶୌଚାଳୟ ମଧ୍ୟରେ ଜାଳେଣି ରଖି ଖୋଲା ପଡିଆରେ ଶୌଚ କରିଥାନ୍ତି । ଏହାକୁ ନେଇ ଏଜେନ୍ସି ପାଖକୁ ଗଲେ ଏଜେନ୍ସି ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ନକରି କେବଳ ଗୋଟେ ପଟ କାନ୍ଥ ନିର୍ମାଣ କରିଥିବା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏମିତିକି ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ନକରି କେବଳ ଗୋଟେ ପଟ କାନ୍ଥି ଉଠାଇ ମିଛ ବିଲ୍ ପ୍ରସ୍ତୁତ କରାଯାଇଛି ଓ ସେହି ଟଙ୍କାକୁ ଏଜେନ୍ସି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏପରିକି ସରକାରୀ ସହାୟତା ଥାଇ ମଧ୍ୟ ଲୋକଙ୍କୁ ପାଇପ୍, କବାଟ ଆଦି କିଣିବାକୁ କୁହାଯାଉଛି । ସରକାର 6ଟି ସିମେଣ୍ଟ ନନ୍ଦ ଦେଇଥିବା ବେଳେ ଏଜେନ୍ସି ଦୁଇଟି ନନ୍ଦରେ କାମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ କିନ୍ତୁ ବିଭାଗୀୟ ଅଧିକାରୀ ଚୁପ୍ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆମ ସମ୍ବାଦଦାତା, RWSS ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ କୁମାର କରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟକୁ ନେଇ ତାଙ୍କର ଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.11.2019
Radhakanta Mohanty,Kendrapada
Slug-od_kpr_02_laterine_script_7204459
Anchor-ଗାନ୍ଧୀଜୀଙ୍କର ସ୍ୱଚ୍ଛ ଭାରତ ସ୍ବପ୍ନକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇ ପ୍ରତ୍ୟେକ ଘରେ ଶୌଚାଳୟ ତିଆରି କରାଇ ଏହାକୁ ଗୋଟିଏ ପାଦ ସ୍ୱଚ୍ଛତା ଆଡକୁ ନେଉଥିବା ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରାଉଛନ୍ତି।ଏନେଇ ରାଜ୍ୟ ସରକାର ମଧ୍ୟ ଏହି ସ୍ୱଚ୍ଛ ଭାରତ ଯୋଜନାରେ ସାମିଲ ହୋଇ ହିତାଧିକାରୀ ଚିହ୍ନଟ କରି ଶୌଚାଳୟ ନିର୍ମାଣ କରାଇଲେ ଦେଉଛନ୍ତି ଟଙ୍କା।ହେଲେ ଏହି ଯୋଜନାର ବାସ୍ତବ ସ୍ଥିତି କଣ ସେନେଇ ଦେଖନ୍ତୁ ETV BHARATର ଏହି exclusive ରିପୋର୍ଟକୁ।
Body:VO1-ଭଲକରି ଦେଖନ୍ତୁ ଏହି ଦୃଶ୍ୟଗୁଡିକୁ।କେଉଁଠାରେ ଶୌଚାଳୟ ଭିତରେ ଜାଳେଣୀ ରଖାଯାଇଛି ତ ଆଉ କେଉଁଠାରେ ଖଣ୍ଡିଏ ଖଣ୍ଡିଏ ଇଟା ଯୋଡ଼େଇ କରାଯାଇ 5"କାନ୍ଥରେ ତିଆରି କରାଯାଉଛି ଶୌଚାଳୟ ଘର।ଏହି ଦୃଶ୍ୟଗୁଡିକ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ନଛିପଡା ଗାଁ ଦଳିତ ସାହିର।ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ହିତାଧିକାରୀମାନେ ନିଜେ ଶୌଚାଳୟ ନିର୍ମାଣ କଲେ ସେମାନଙ୍କୁ 12000 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ଏବଂ ଯେଉଁ ହିତାଧିକାରୀମାନେ ଶୌଚାଳୟ ନିର୍ମାଣ କରିବାକୁ ଅସମର୍ଥ ହେଉଛନ୍ତି ବିଭିନ୍ନ Agency ଦ୍ୱାରା ସେମାନଙ୍କର ଶୌଚାଳୟ ନିର୍ମାଣ କରାଯାଇ ସେମାନଙ୍କୁ ସିଧାସଳଖ ଟଙ୍କା ଦେଉଛି ବିଭାଗ।ତେବେ ଏହି ଗ୍ରାମର ଲୋକମାନେ ଗରିବ ଶ୍ରେଣୀର ହୋଇଥିବା ହେତୁ Agency ମାଧ୍ୟମରେ ସେମାନଙ୍କର ଶୌଚାଳୟ ତିଆରି କରାଯାଉଥିବା ବେଳେ Agencyର ମନମାନି ଓ ଅଦୁରଦର୍ଶିତା ଲକ୍ଷ୍ୟ ପାଇଁ ବର୍ତ୍ତମାନ ଏହି ଶୌଚାଳୟ ଗୁଡିକ ବ୍ୟବହାର ଅନୁପଯୋଗୀ ହୋଇପଡିଛି।ଯେଉଁଥିପାଇଁକି ଖୋଲା ସ୍ଥାନକୁ ଶୌଚାଳୟ ସ୍ଥାନ ଭାବରେ ବାଛିନେଇଛନ୍ତି ଏଠାକାର ଅଧିବାସୀ।ଏହାକୁ ଜାଳେଣୀ ରଖିବା ସ୍ଥାନ ଭାବରେ କିଛି ପରିବାର ବ୍ୟବହାର କରୁଥିବା ଓ Agency ଲାଭାନ୍ବିତ ହେଉଥିବା ବେଳେ ସରକାରଙ୍କ ବାହ୍ୟ ମଳମୂତ୍ର ମୁକ୍ତ ସ୍ଲୋଗାନ ଏଠାରେ ସ୍ଲୋଗାନରେ ରହିଯାଇଛି।ଅନ୍ୟପକ୍ଷରେ ଏହି ଯୋଜନାରେ ଶୌଚାଳୟ ପାଇଁ ତିନି ପାର୍ଶ୍ଵରେ କାଁଥ,କବାଟ,ପାଇପ,ଟ୍ଵିନ ପିଟ ଟାଙ୍କି ନିର୍ମାଣର ଗାଇଡ଼ଳାଇନ ଥିବାବେଳେ ମାତ୍ର ଦୁଇଟି ନନ୍ଦରେ ଗୋଟିଏ ଟାଙ୍କି ନିର୍ମାଣ କରି କାର୍ଯ୍ୟ ଶେଷ କରିଦେଉଛି Agency।
Byt-ଠୁସି ମଳିକ(ହିତାଧିକାରିଣୀ)
Byt-ରବୀନ୍ଦ୍ର ମଳିକ(ହିତାଧିକାରୀ)
VO2-ନିର୍ମାଣ ସମୟରେ Agency ପକ୍ଷରୁ ସବୁ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଅଳ୍ପ କିଛି କାମ ପରେ ଯେତେବେଳେ ଲୋକ ପୁନଶ୍ଚ Agency ପାଖରେ ଅଭିଯୋଗ କରୁଛନ୍ତି ସେତେବେଳେ Agency ମାନଙ୍କର ନାଲିଆଖି ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ହେଉଛି।କେବଳ ରାଜଗଡ଼ ପଞ୍ଚାୟତ ନୁହେଁ ମହାକାଳପଡ଼ା ବ୍ଲକ ଅଧୀନରେ ଥିବା ଅନେକ ପଞ୍ଚାୟତରେ Agency ଶୌଚାଳୟ ତିଆରି ନକରି କେବଳ ଗୋଟିଏ ପଟ କାଁଥ ଉଠାଇ ସେଥିରେ ନାଁ ଲେଖି ମିଛ ବିଲ କରାଇନେଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏନେଇ ବିଭାଗୀୟ ବାବୁମାନେ ଚୁପ ରହୁଥିବା ଦେଖାଦେଇଛି।ଏନେଇ RWSS ବିଭାଗର Asst.Engineer ବିଜୟ କୁମାର କରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ Agency ଦ୍ୱାରା ନିମ୍ନ ମାନର କାମ କରି ହିତାଧିକାରୀ ମାନଙ୍କ ନାଁରେ ସରକାରଙ୍କୁ ଲୁଟ କରାଯାଉଥିବା ବିଷୟରେ କୌଣସି ମତାମତ ଦେଇନଥିଲେ।
Byt-ପ୍ରମୋଦ ମଳିକ(ହିତାଧିକାରୀ)
Conclusion:PTC
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.