ETV Bharat / state

ଶିକ୍ଷା ବିଭାଗରେ ଘୋର ଦୁର୍ନୀତି ! ଅବସର ପୂର୍ବରୁ ଗିରଫ ହେଲେ ଜିଲ୍ଲା ଶିକ୍ଷାଧିକାରୀ

ଆଜି ଅବସର ନେଇଥାନ୍ତେ, ମାତ୍ର ହୋଇଛନ୍ତି ଗିରଫ । ସମ୍ମାନ ବଦଳରେ ମିଳିଲା ଶାସ୍ତି । ବଦଳି କରାଇବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଅବସର ପୂର୍ବରୁ ଅଧିକ ଅର୍ଥ କମାଇବା ମନୋବୃତ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂଙ୍କ ପାଇଁ କାଳ ହୋଇଛି । ଗତ ୩ ମାସ ମଧ୍ୟରେ କେନ୍ଦ୍ରାପଡ଼ାର ୩ ଜଣ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Jul 30, 2022, 9:21 PM IST

ଶିକ୍ଷା ବିଭାଗରେ ଘୋର ଦୁର୍ନୀତି, ଭିଜିଲାନ୍ସ ଜାଲରେ ତିନିମାସରେ ୩ ଶିକ୍ଷାଧିକାରୀ

କେନ୍ଦ୍ରାପଡ଼ା: ଅବସର ପୁର୍ବରୁ ଅଧିକ ଅର୍ଥ କମାଇବା ଇଚ୍ଛା ହେଲା କାଳ । ଆଜି ଅବସର ନେଇଥାନ୍ତେ କିନ୍ତୁ ବଦଳି କରାଇବା ପାଇଁ ଲାଞ୍ଚ ନେଇ ଗତ ବୁଧବାର ଦିନ ଠାରୁ ଭିଜିଲାନ୍ସ ପଞ୍ଝାରେ ରହିଛନ୍ତି ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସଞ୍ଜୀବ ସିଂ । ପୂର୍ବରୁ ନିଜର ମନୋମୁଖୀ ଓ ଲାଞ୍ଚଖୋର ମନୋବୃତ୍ତି ଯୋଗୁଁ ବିବାଦରେ ରହି ଆସିଥିଲେ ଶିକ୍ଷାଧିକାରୀ । ଏବେ ତାଙ୍କ ଗିରଫଦାରୀ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ଗତ ୩ ମାସ ମଧ୍ୟରେ କେନ୍ଦ୍ରାପଡ଼ାର ୩ ଜଣ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି ।

ଶିକ୍ଷା ବିଭାଗରେ ଘୋର ଦୁର୍ନୀତି, ଅବସର ପୂର୍ବରୁ ଗିରଫ ହେଲେ ଜିଲ୍ଲା ଶିକ୍ଷାଧିକାରୀ

ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଶିକ୍ଷା ବିଭାଗରେ ହୋଇଛି ଧୂଆଁବାଣ। ଶିକ୍ଷାର ମନ୍ଦିରରେ ଦୁର୍ନୀତି ଏତେ ମାତ୍ରାରେ ବଢିଯାଇଛି ଯେ ଗତ ୩ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଲେଣି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ୩ଜଣ ବରିଷ୍ଠ ଅଧିକାରୀ । ଗତ ମେ ମାସ ୧୧ ତାରିଖରେ ମାର୍ଶାଘାଇ ବ୍ଲକ ଶିକ୍ଷାଧୀକାରୀ ଶତ୍ରୁଘ୍ନ ବେହେରା ଜଣେ ପୂର୍ବତନ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନ କରାଇବା ପାଇଁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମଧ୍ୟ ଚକମା ଦେଖାଇ ଅଦ୍ୟାବଧି ଫେରାର ଅଛନ୍ତି । ବିଇଓ ଜଣଙ୍କ ଫେରାର ହୋଇଯାଇଥିଲେ ମଧ୍ୟ ତାଙ୍କ ପ୍ରତି ଯଥୋଚିତ ପଦକ୍ଷେପ ନନେଇ ମାସାଧିକ କାଳ ଘଣ୍ଟ ଘୋଡାଇଥିଲେ ଡିଇଓ ବୋଲି ଅଭିଯୋଗ ହେଉଛି ।

ସେହିପରି ଜଣେ ଶିକ୍ଷକଙ୍କ ବଦଳି ପାଇଁ ଡେରାବିଶ୍ ଅତିରିକ୍ତ ବ୍ଲକ ଶିକ୍ଷାଧୀକାରୀ ( ABEO) ବିପିନ ବିହାରୀ ସିଂହ ଗତ ଜୁନ ୧୦ ତାରିଖରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଏସବୁ ଘଟଣାରୁ ସାମାନ୍ୟତମ ଶିକ୍ଷା ନପାଇ ଚାକିରିର ଶେଷ ସମୟରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଲାଞ୍ଚଖୋର ମନୋବୃତ୍ତି ନେଇ ଜଣେ ପିଅନ ଠାରୁ ୨୦ ହଜାର ଟଙ୍କା ବଦଳି କ୍ୟାନସଲ କରିବା ଓ ଡେପୁଟେସନ ପାଇଁ ଜଣେ ପୂର୍ବ ସହ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେବା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।

ପୂର୍ବରୁ ବିଭିନ୍ନ ସମୟରେ ନିଜର ମନୋମୁଖୀ ଓ ଲାଞ୍ଚଖୋର ମନୋବୃତି ଯୋଗୁଁ ବିବାଦରେ ରହି ଆସିଥିଲେ ଶିକ୍ଷାଧିକାରୀ ସଞ୍ଜୀବ ସିଂହ । ମାର୍ଶାଘାଇ ଅଞ୍ଚଳର ଜଣେ ଜାଲ ଶିକ୍ଷୟତ୍ରୀଙ୍କୁ ଘଣ୍ଟ ଘୋଡାଇବା ଓ ତାଙ୍କୁ ସହଯୋଗ କରିବା କାରଣରୁ ଜାଲ ଶିକ୍ଷୟତ୍ରୀ ଜଣଙ୍କ ସମୟ ପୁର୍ବରୁ ଅବସର ନେଇ ନିଜର ପେନସନ କରାଇବାରେ ସଫଳ ହୋଇଥିଲେ ଓ ଅଭିଯୋଗକାରୀ ପରିବାରର ଜଣଙ୍କୁ ଏହି ଘଟଣା ପାଇଁ ହତ୍ୟା କରାଯାଇଥିବା ନେଇ କହିଛନ୍ତି ମାର୍ଶାଘାଇ ଅଞ୍ଚଳର ଯୁବକ । ସେହିପରି ଓସା (ଓଡିଶା ସୂଚନା ଅଧିକାର ଅଭିଯାନ)ର ଜିଲ୍ଲା ସଂଯୋଜକ, ଡିଇଓ ସିଂଙ୍କ ସମୟରେ ମଧ୍ୟାହ୍ନ ଭୋଜନ ଚାଉଳ ଘୋଟାଲା, ପୋଷାକ କିଣା ଦୁର୍ନୀତି ସହ କିଛିଦିନ ତଳେ ମହାକାଳପଡ଼ା ଶିକ୍ଷକ ଅସଦାଚରଣ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦଣ୍ଡ ଦେବା ବଦଳରେ ମୋଟା ଅଙ୍କର ଲାଞ୍ଚ ନେଇ ବଦଳି କରି ଚୁପ ବସିଥିଲେ ବୋଲି ଅଭିଯୋଗ ଅଣିଛନ୍ତି ।

ଏହି କାରଣରୁ ଜାତୀୟ ମାନବାଧିକାର କମିଶନ ନିକଟରେ ଛାତ୍ରୀଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଏହି କ୍ଷତିପୂରଣ ରାଶି ଡିଇଓଙ୍କ ଦରମାରୁ ଭରଣା ପାଇଁ ପ୍ରାର୍ଥନା କରିଛନ୍ତି ଓସାର ସଂଯୋଜକ । ଏସବୁ ପରେ ଡିଇଓ ସଞ୍ଜୀବ ସିଂହ ପାଉଥିବା ମାସିକ ଦରମାରୁ ଟଙ୍କାଟିଏ ମଧ୍ୟ ଦୀର୍ଘ ୧୯ ମାସ ହେବ ଉଠାଣ ହୋଇନଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିବା ବେଳେ ଏହି ୧୯ ମାସ ସେ କିପରି ଜୀବନଯାପନ କରୁଥିଲେ ଓ ପତ୍ନୀ ଏବଂ ଝିଅ ଆକାଉଣ୍ଟରେ ୧ କୋଟି ଟଙ୍କା କୁଆଡୁ ଆସିଲା ସେନେଇ ମଧ୍ୟ ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ଜିଲ୍ଲାରେ ଗତ ୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଡିଇଓ ମୋଟା ଅଙ୍କର ଲାଞ୍ଚ ନେଇ କଳାକୁ ଧଳା କରୁଥିଲେ ବୋଲି ଅଭିଯୋଗ ଆସିଛି ।

ବିଦ୍ୟାଳୟ ମଧ୍ୟକୁ ଗଣମାଧ୍ୟମ ପ୍ରବେଶ ମନା ନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷାଧିକାରୀ ଗତ ୮ ତାରିଖରେ ଯେଉଁ ଚିଠି କରିଥିଲେ ତାହା ଏବେ ଶିକ୍ଷା ବିଭାଗରେ ଚାଲିଥିବା ଦୁର୍ନୀତିକୁ ଘୋଡାଇବା ପାଇଁ ସ୍ପଷ୍ଟ ହୋଇଥିବା ବେଳେ ଚାକିରିର ଶେଷ ସମୟରେ ଦୁର୍ନୀତିକୁ ପ୍ରଶ୍ରୟ ଦେଇ ଜିଲ୍ଲା ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଥିବା ଡିଇଓଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ଶିକ୍ଷକ ଓ ଶିକ୍ଷା ବିଭାଗ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.