ETV Bharat / state

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ୩ ନାବାଳକ ମୃତ - ପାଣିରେ ବୁଡ଼ି ୩ ନାବାଳକ ମୃତ

କେନ୍ଦ୍ରାପଡ଼ାରେ ପାଣିରେ ବୁଡ଼ି ୩ ନାବାଳକ ମୃତ । ଗାଧୋଇବାକୁ ଯାଇଥିବା ବେଳେ ପଖୋରୀରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ନିବେଦନ । ଅଧିକ ପଢ଼ନ୍ତୁ

ପାଣିରେ ବୁଡ଼ି ୩ ଶିଶୁ ମୃତ
ପାଣିରେ ବୁଡ଼ି ୩ ଶିଶୁ ମୃତ
author img

By

Published : Dec 23, 2022, 3:02 PM IST

Updated : Dec 23, 2022, 4:52 PM IST

ପାଣିରେ ବୁଡ଼ି ୩ ନାବାଳକ ମୃତ

କେନ୍ଦ୍ରାପଡ଼ା: ପୋଖରୀରେ ବୁଡି ୩ ନାବାଳକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ ବିସ୍ଥାପିତ ଅଞ୍ଚଳ ବଗପାଟିଆ ଗ୍ରାମରେ । ମୃତ ନାବାଳକମାନେ ହେଲେ ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ବିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡା । ସମସ୍ତଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ୩ ଜଣ ପାଣିରେ ବୁଡି ଯାଇଥିଲେ । ତେବେ ଦୀର୍ଘ ଦେଢ଼ ଘଣ୍ଟା ବିତିଯିବା ପରେ ମଧ୍ୟ ଏମାନେ ଘରକୁ ନଫେରିବାରୁ ପରିବାର ଲୋକେ ଏମାନଙ୍କୁ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ଚପଲ ଥିବା ଦେଖି ସ୍ଥାନୀୟ ଲୋକେ ପାଣିରେ ଏମାନଙ୍କୁ ଖୋଜିବା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ଏହି ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ଏକାବେଳେ ୩ ଜଣ ନାବାଳକଙ୍କର ଏଭଳି ଅକାଳ ମୃତ୍ୟୁରେ ସାତଭାୟା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ମୃତ ନାବାଳକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ । ଏନେଇ ରାଜନଗର ବିଡିଓ ଏବଂ ତହସିଲଦାର ମେଡିକାଲରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଖବର ପାଇ ସ୍ଥାନୀୟ ବିଧାୟକ ଧ୍ରୁବ ଚରଣ ସାହୁ ମଧ୍ୟ ମେଡିକାଲରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Dec 23, 2022, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.