ETV Bharat / state

ମହତ୍ ଦାନ: ଭିକ୍ଷାବୃତ୍ତି କରି ସିଏମ ରିଲିଫ ଫଣ୍ଡକୁ 5000 ଦେଲେ ବୃଦ୍ଧା - ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ

ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି 5000 ଟଙ୍କା । ସେ ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଜାଗୁଳାଇପଡା ପଞ୍ଚାୟତ ଏକତଳା ଗାଁର ସରୋଜିନୀ ଦାସ । ଦିନଦୁଃଖୀଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟାଯାଉଥିବା ଖବର ପାଇ ସରୋଜିନୀ ସାମ୍ବାଦିକ ସଂଘକୁ ନିଜ ପୁଞ୍ଜିରୁ ଦୁଇ ହଜାର ଟଙ୍କା ମଧ୍ୟ ଦାନ କରିବା ସହ ପୁରୀ ଜଗନ୍ନାଥ ମନ୍ଦିର ମରାମତି ନିମନ୍ତେ ମନ୍ଦିର ଟ୍ରଷ୍ଟକୁ ପଚାଶ ହଜାର ଟଙ୍କା ଦାନ କରିଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

The old woman, who was Beggar, gave Rs 5,000 to the CM Relief Fund
ଭିକ୍ଷାବୃତ୍ତି କରି ଚଳୁଥିବା ବୃଦ୍ଧା ସିଏମ ରିଲିଫ୍ ଫଣ୍ଡକୁ ଦେଲେ 5000 ଟଙ୍କା
author img

By

Published : May 2, 2020, 1:09 PM IST

କେନ୍ଦ୍ରାପଡ଼ା: ଏବେ ସାରା ବିଶ୍ବକୁ କବଳିତ କରି ରଖିଛି ମହାମାରୀ କୋରୋନା । ଆଉ ଏଭଳି ମହା ବିପତ୍ତି ସମୟରେ ନେତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି । କିନ୍ତୁ ନା ଅଛି ଖଣ୍ଡେ ଘର, ନା ଜମି ନା ଖାଇବାକୁ ମୁଠେ ଦାନା, ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି 5000 ଟଙ୍କା । ତାଙ୍କର ଏଭଳି ବଦାନ୍ୟତା ଏବେ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣା । ସେ ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଜାଗୁଳାଇପଡା ପଞ୍ଚାୟତ ଏକତଳା ଗାଁର ସରୋଜିନୀ ଦାସ ।

ଭିକ୍ଷାବୃତ୍ତି କରି ଚଳୁଥିବା ବୃଦ୍ଧା ସିଏମ ରିଲିଫ୍ ଫଣ୍ଡକୁ ଦେଲେ 5000 ଟଙ୍କା

ଦୀର୍ଘ ଦିନ ହେବ ଭିକ୍ଷାବୃତ୍ତି କରି ଚଳି ଆସୁଥିବା ସରୋଜିନୀ ଚାଲିଚାଲି ଆସି ରାଜକନିକା ବିଡ଼ିଓଙ୍କୁ ନିଜ ସଞ୍ଚିତ ପୁଞ୍ଜିରୁ ପାଞ୍ଚ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋରୋନା ସହାୟତା ପାଣ୍ଠିକୁ ଦାନ କରିଛନ୍ତି । ସରୋଜିନୀଙ୍କ କହିବା ମୁତାବକ କୋରୋନା ଲକଡାଉନ ସମୟରେ ତାଙ୍କ ପରି ଅନେକ ଦିନଦୁଃଖୀ ଅଛନ୍ତି ଯିଏ ମୁଠାଏ ଖାଇବାକୁ ପାଉନାହାନ୍ତି । ତାଙ୍କ ସଞ୍ଚିତ ପଇସା ଯଦି କିଛି ଭୋକିଲା ପେଟକୁ ଦାନା ଦେଇ ପାରିବ ତେବେ ସେ ସେତିକିରେ ବହୁତ ଖୁସି ହେବେ । କେବଳ ସଞ୍ଚିତ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ କରିଛନ୍ତି ତାହା ନୁହେଁ, ତାଙ୍କ ଉଦାରତା ଓ ମାନବିକତା ଆହୁରି ଅନେକ କଥା ବୟାନ କରୁଛି । ଲକଡାଉନ ସମୟରେ ରାଜକନିକା ସାମ୍ବାଦିକ ସଂଘ ତରଫରୁ ଦିନଦୁଃଖୀ ଏବଂ ନିଃସହାୟମାନକୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟାଯାଉଥିବା ଖବର ପାଇ ସରୋଜିନୀ ସଂଘକୁ ନିଜ ପୁଞ୍ଜିରୁ ଦୁଇ ହଜାର ଟଙ୍କା ମଧ୍ୟ ଦାନ କରିଛନ୍ତି ।

ଆଜିବି ସମାଜରେ ମାନବିକତା ବଞ୍ଚିଛି ଯାହା ପ୍ରମାଣ କରିଛନ୍ତି ସରୋଜିନୀ । ଆଗରୁ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ମରାମତି ନିମନ୍ତେ ମନ୍ଦିର ଟ୍ରଷ୍ଟକୁ ପଚାଶ ହଜାର ଟଙ୍କା ସେ ଦାନ କରିଥିବା ସୂଚନା ରହିଛି । ସରୋଜିନୀଙ୍କ ଏଭଳି ପ୍ରୟାସ ଓ ସହଯୋଗ ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି ପ୍ରଶାସନିକ ଅଧିକାରୀ । ସରୋଜିନୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ତାଙ୍କ ଠାରୁ ଶିକ୍ଷାଲାଭ କରି ଅନ୍ୟମାନେ ସହାୟତା ପ୍ରଦାନ କରିବାକୁ ପ୍ରଶାସନିକ ଅଧିକାରୀ ନିବେଦନ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.