କେନ୍ଦ୍ରାପଡା : ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ ଯୋଗେ ସୂଚନା ଦେବାପରେ ଜିଲ୍ଲାବାସୀ ଅନୁଭବଙ୍କୁ ପ୍ରଶଂସା କରିଛନ୍ତି । ସାଂସଦ ମହାନ୍ତି ନିଜେ ଟ୍ୱିଟ କରି କହିଛନ୍ତି , "ଏଇ କିଛିଦିନ ହେବ ଆମେ ସଭିଏଁ ବହୁ ନକରାତ୍ମକ ଓ ଯନ୍ତ୍ରଣାଦାୟକ ଖବରର ସାମ୍ନା କରୁଛୁ !
ମୁଁ ଏହି ଟ୍ୱିଟ ମାଧ୍ୟମରେ କିଛି ହସ ଦେବାକୁ ଚାହୁଁଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶୃତି ଅନୁଯାୟୀ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଖୁବଶୀଘ୍ର ନିଜର ପ୍ରଥମ ଓ ବିଶାଳ ମେଡିକାଲ କଲେଜ ଓ ହସ୍ପିଟାଲ ପାଇବାକୁ ଯାଉଛି ।
କୌଣସି ନକରାତ୍ମକ ଶକ୍ତି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରିପାରିବ ନାହିଁ ଓ ନିର୍ମାଣ ହେବାକୁ ଥିବା ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ ଗରିବ, ନିଃସହାୟ ଓ ସାଧାରଣ ଲୋକଙ୍କ ପାଇଁ ସମର୍ପିତ ହେବ"ବୋଲି ଜଣାଇଛନ୍ତି ସାଂସଦ ଅନୁଭବ ମହାନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ