ETV Bharat / state

କେନ୍ଦ୍ରାପଡାରେ ଗଡିଲା ପ୍ରଥମ ମାଲବାହୀ ଟ୍ରେନ, ଜିଲ୍ଲାରେ ଶିଳ୍ପବିକାଶ ନେଇ ଆଶା - kendrapada latest news

କେନ୍ଦ୍ରାପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ହରିଦାସପୁର - ପାରାଦୀପ୍ ରେଳ ଲାଇନରେ ବିଧିବଦ୍ଧ ଭାବେ ପ୍ରଥମ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି l ବୁଧବାର ୫୯ ଗୋଟି ବଗି ନେଇ ଏକ ମାଲବାହି ଟ୍ରେନ୍ କେନ୍ଦ୍ରାପଡ଼ା ଅତିକ୍ରମ କରିଛି l ଜିଲ୍ଲାରେ ରେଳାଚଳ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ନୂଆ ଆଶା ଓ ବିଶ୍ବାସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ଗଡିଲା ପ୍ରଥମ ମାଲବାହୀ ଟ୍ରେନ, ଜିଲ୍ଲାରେ ଶିଳ୍ପବିକାଶ ନେଇ ଆଶା

author img

By

Published : Aug 12, 2020, 8:11 PM IST

କେନ୍ଦ୍ରାପଡା: ଜିଲ୍ଲାର ସମସ୍ତ ପ୍ରତୀକ୍ଷା ଓ ନାନା ବାଦବିବାଦ ପରେ ଶେଷରେ କେନ୍ଦ୍ରାପଡ଼ାରେ ଗଡିଲା ଟ୍ରେନ୍ l ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ୫୯ ଗୋଟି ବଗି ନେଇ ଏକ ମାଲବାହି ଟ୍ରେନ୍ କେନ୍ଦ୍ରାପଡ଼ା ଅତିକ୍ରମ କରିଛି l ଜଲ୍ଲାରେ ରେଳାଚଳ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ନୂଆ ଆଶା ଓ ବିଶ୍ବାସ ।

କେନ୍ଦ୍ରାପଡାରେ ଗଡିଲା ପ୍ରଥମ ମାଲବାହୀ ଟ୍ରେନ, ଜିଲ୍ଲାରେ ଶିଳ୍ପବିକାଶ ନେଇ ଆଶା
କେନ୍ଦ୍ରାପଡାରେ ଗଡିଲା ପ୍ରଥମ ମାଲବାହୀ ଟ୍ରେନ, ଜିଲ୍ଲାରେ ଶିଳ୍ପବିକାଶ ନେଇ ଆଶା

କେନ୍ଦ୍ରାପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ହରିଦାସପୁର - ପାରାଦୀପ୍ ରେଳ ଲାଇନରେ ବିଧିବଦ୍ଧ ଭାବେ ପ୍ରଥମ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି l ଟ୍ରେନଟି ପାରାଦୀପ୍ ରୁ ବାହାରି କେନ୍ଦ୍ରାପଡ଼ା ଦେଇ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିଥିଲା l ଗତ ଜୁଲାଇ ୩୧ ତାରିଖରେ ଏହି ଟ୍ରାକରେ ଟ୍ରେନ୍ ଚାଲିବା ପାଇଁ ନିଷ୍ପତ୍ତି ହୋଇଥିଲା l କିନ୍ତୁ ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରି ନୂଆଗାଁ ଷ୍ଟେସନରେ କିଛି ଲୋକ ଟ୍ରେନକୁ ଅଟକାଇ ଥିଲେ l ପରେ ଟ୍ରେନଟି ପାରାଦୀପ୍ ଫେରି ଯାଇଥିଲା l ଅଗଷ୍ଟ ୧୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ, ରେଳ ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ମିଳିତ ବୈଠକରେ ମାଲବାହି ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା l ୨୦୧୯ ଜୁନ ୨୯ ତାରିଖରେ ଏହି ଲାଇନରେ ପ୍ରଥମ ଥର ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିଥିଲା l

ସେହିପରି ଜିଲ୍ଲା ମଧ୍ୟଦେଇ ପ୍ରଥମ କରି ଗଡ଼ିଲା ରେଲଗାଡି । ଯାହାକୁ ନେଇ ବ୍ୟବସାୟୀ, ବୁଦ୍ଧିଜୀବୀଙ୍କ ମନରେ ଶିଳ୍ପ ସୃଷ୍ଟି ହେବାର ଆଶା ଦେଖାଦେଇଛି । ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବାସଭବନସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବିଧାୟକ,ସାଂସଦ ଓ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟଙ୍କ ମଧ୍ୟରେ ବୈଠକ ହୋଇଥିଲା । କିଛିଦିନ ମାଲବାହୀ ଟ୍ରେନ ଚଳାଚଳ ପରେ ପାସେଞ୍ଜର ଟ୍ରେନ ଚଳାଇବା ଉପରେ ଦୃଷ୍ଟି ଦିଆଯିବାକୁ ଟ୍ରଷ୍ଟ ମୁଖ୍ୟ କହିଛନ୍ତି ।ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ରେଳ ଚଳାଚଳ କଲେ ଶିଳ୍ପର ଆଶା ସାକାର ହେବ ବୋଲି କହିଛନ୍ତି ବ୍ୟବସାୟୀ । ସେହିପରି ଜିଲ୍ଲାରୁ ଶହଶହ ଦାଦନ ବାହାରକୁ ଯାଉଥିବା ବେଳେ ଯୋଗାଯୋଗ ପାଇଁ ରେଳ ଲାଇନ ଆସିବା ପରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.