ETV Bharat / state

ଜିଲ୍ଲା ପୌରପାଳିକା ଦୁର୍ନୀତି ବିରୋଧରେ ଜିଲ୍ଲା ବିଜେପିର ଗଣଧାରଣା - Kendrapara Municipality

ମ୍ୟୁନିସିପାଲିଟିରେ ଦୀର୍ଘ ଦିନ ଧରି ଦୁର୍ନୀତି ହୋଇଆସୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ । ଅଧିକ ପଢନ୍ତୁ...

ଜିଲ୍ଲା ପୌରପାଳିକା ଦୁର୍ନୀତି ବିରୋଧରେ ଜିଲ୍ଲା ବିଜେପିର ଗଣଧାରଣା

author img

By

Published : Aug 4, 2021, 10:46 PM IST

କେନ୍ଦ୍ରାପଡା: ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟିରେ ଦୁର୍ନୀତି ସମ୍ପର୍କରେ ପୂର୍ବରୁ ପ୍ରଥମ କରି ଖବର ପ୍ରସାରଣ ହୋଇଥିଲା ଇଟିଭିରେ । ଏବେ ଯାହାକୁ ନେଇ ଦୁର୍ନୀତିର ଗନ୍ତାଘର ପାଲଟିଥିବା କେନ୍ଦ୍ରାପଡ଼ା ପୌରପାଳିକା ବିରୋଧରେ ଆଜି ଗର୍ଜ୍ଜନ ଦେଇଛି ନଗର ବିଜେପି । ଦୀର୍ଘଦିନ ଧରି କର୍ମଚାରୀ ବଦଳି ନହେବା, ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ନଗର ବିଜେପି ପକ୍ଷରୁ ଆଜି କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଆଗରେ ଗଣଧାରଣା ଦିଆଯାଇଛି ।

ଜିଲ୍ଲା ପୌରପାଳିକା ଦୁର୍ନୀତି ବିରୋଧରେ ଜିଲ୍ଲା ବିଜେପିର ଗଣଧାରଣା

ବିଭିନ୍ନ ଯୋଜନା ଯଥା ଭୂତଳ ଜଳ ସଂରକ୍ଷଣ(ମୁକ୍ତା), ସଫେଇ କର୍ମଚାରୀ ମାନଙ୍କ ଟେଣ୍ଡର ପ୍ରକ୍ରିୟା, ଡ୍ରେନେଜ ନିର୍ମାଣ, ସହରାଞ୍ଚଳ ଆବାସ, ମଶାମରା ତେଲ ଆଦି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଓ ଏସବୁକୁ ପ୍ରଶାସନିକ ଅଧିକାରୀ ମାନେ ଘଣ୍ଟ ଘୋଡାଇବା ପ୍ରତିବାଦରେ ଆଜି ଏହି ଧାରଣା ପ୍ରଦର୍ଶନ କରାଯାଇଛି ଓ ଏହାପରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ନଗର ବିଜେପି ସଭାପତି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନେ ନିଷ୍କ୍ରିୟ ରହିବା ନେଇ କେଉଁଠି ନା କେଉଁଠି ଦୁର୍ନୀତିକୁ ପ୍ରଶ୍ରୟ ଦେବା ଘଟଣାକୁ ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି ପୂର୍ବତନ ବିଜେପି ଜିଲ୍ଲା ସଭାପତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.