ETV Bharat / state

ବକେୟା ବିଦ୍ୟୁତ ବିଲ୍ ଆଦାୟ ବେଳେ ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ - ଟାଟା ପାୱାର

ବକେୟା ବିଦ୍ୟୁତ ବିଲ୍ ଆଦାୟ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଟାଟା ପାୱାର କର୍ମଚାରୀ । ୩ଜଣ କର୍ମଚାରୀଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ
ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ
author img

By

Published : Mar 25, 2023, 2:22 PM IST

ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ

କେନ୍ଦ୍ରାପଡା: ଆଦାୟ କରିବା ପାଇଁ ଯାଇଥିଲେ ବକେୟା ବିଦ୍ୟୁତ ବିଲ୍, ହେଲେ ବିଲ୍ ବଦଳରେ ମିଳିଲା ନିସ୍ତୁକ ମାଡ଼ । ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଆଳି ବିଦ୍ୟୁତ ବିଭାଗର ଟାଟା ପାୱାର କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଡାମ୍ବିଳା ପଞ୍ଚାୟତର ମୁର୍ଗନୟନୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି(ଶୁକ୍ରବାର) ବକେୟା ବିଲ୍ ଆଦାୟ କରିବା ପାଇଁ ଯାଇଥିବା ବେଳେ ଟାଟା ପାଓ୍ବାର କର୍ମଚାରୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ତେବେ କର୍ମଚାରୀମାନେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ଗତକାଲି(ଶୁକ୍ରବାର) ବକେୟା ବିଲ ଆଦାୟ କରିବା ପାଇଁ ଟାଟା ପାଓ୍ବାର କର୍ମଚାରୀ ମୁର୍ଗନୟନୀ ଗାଁକୁ ଯାଇଥିଲେ । ଏହି ସମୟରେ ଗାଁର କିଛି ଲୋକ ଅକ୍ରୋଶମୂଳକ ଭାବେ ଆକ୍ରମଣ କରିଥିଲେ । ସେମାନେ କର୍ମଚାରୀମାନଙ୍କୁ ପ୍ରଥମେ ମାଡି ବସିବା ପରେ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ୩ଜଣ ଟାଟା କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର କର୍ମଚାରୀଙ୍କ ମଧ୍ୟରୁ ଟାଟା ପାୱାରର ଜୁନିୟର ମ୍ୟାନେଜର ପ୍ରେମାନନ୍ଦ ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି । ଏନେଇ ଆଳି ପୋଲିସ ଖବର ପାଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ: Earth Hour: ଆଜି ପାଳନ ହେବ ଆର୍ଥ ଆୱାର, ବାଲୁକା କଳାରେ ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବାକୁ ବାର୍ତ୍ତା

ଏହା ମଧ୍ୟ ପଢନ୍ତୁ: DJ Azex Death Case: ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ଏକ୍ସପୋଜ ପାଇଁ ତିନି ଯୁବତୀ କରିଥିଲେ ହ୍ବାଟ୍ସଆପ୍ ଗ୍ରୁପ

ପ୍ରକାଶଥାଉକି, ମାର୍ଚ୍ଚ ମାସ ଚାଲୁଥିବା ଓ ଟାଟା ପାୱାର ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବକେୟା ବିଲ ଆଦାୟ କରିବା ପାଇଁ ପ୍ରଥମେ ମାଇକ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏବେ ଘର ଘର ବୁଲି ବକେୟା ଶୁଳ୍କ ଆଦାୟ ଲକ୍ଷ୍ୟରେ କର୍ମଚାରୀମାନେ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଏନେଇ ଟାଟା ପାଓ୍ବାର ଡ୍ରାଇଭର କହିଛନ୍ତି, "ମୁର୍ଗନୟନୀରେ ଗୋଟିଏ ପରିବାରର ବିଦ୍ୟୁତ ବିଲ ବକେୟା ରହିଥିଲା । ଏନେଇ ଆଗରୁ ଲାଇନ କଟାଯାଇଥିଲା । ତଥାପି ସେମାନେ ବିଲ ଦେଇନଥିଲେ । ଏହାପରେ ଆମ ଟିମ ଶୁକ୍ରବାର ଗାଁକୁ ଯାଇଥିଲୁ । ଏହି ସମୟରେ ଉକ୍ତ ପରିବାର ହଠାତ ଆସି ଆମ ଉପରକୁ ଆକ୍ରମଣ କରିଥିଲେ । "

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.