ETV Bharat / state

ବିନା ପାରିଶ୍ରମିକରେ ଚାଲିଛି ଗ୍ରୀଷ୍ମ ଅବକାଶ ପାଠଶାଳା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଯୁବ ପରିଷଦ ଆନୁକୂଲ୍ୟରେ ଚାଲିଛି ଗ୍ରୀଷ୍ମକାଳୀନ ପାଠଶାଳା । ଗାଁର ଶିକ୍ଷିତ ଯୁବକ ଓ ଯୁବତୀ ମାନେ ସାନ ଭାଇଭଉଣୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି ବିନା ପାରିଶ୍ରମିକରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 13, 2019, 7:24 PM IST

କେନ୍ଦ୍ରାପଡା: ଆଧୁନିକତାର ଛାପରେ ଫିକା ପଡ଼ି ନାହିଁ ଶିକ୍ଷାର ମୂଲ୍ୟବୋଧ । ଜିଲ୍ଲାର ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଯୁବ ପରିଷଦ ଆନୁକୂଲ୍ୟରେ ଚାଲିଛି ଗ୍ରୀଷ୍ମକାଳୀନ ପାଠଶାଳା । ଗାଁର ଶିକ୍ଷିତ ଯୁବକ ଯୁବତୀ ମାନେ ସାନ ଭାଇଭଉଣୀ ମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି ବିନା ପାରିଶ୍ରମିକରେ । ୧୯୭୭ ମସିହାରୁ ଆଜି ପର୍ଯ୍ୟନ୍ତ ଚାଲି ଆସିଥିବା ଏହି ପାଠଶାଳା ସମଗ୍ର ଶିକ୍ଷିତ ସମାଜ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

୧୯୭୭ ମସିହାରେ ବଲଭଦ୍ରପୁର ଗାଁର ଦୂର୍ଯ୍ୟଧନ ପରିଡାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ପାଠଶାଳା ଆଜି ପର୍ଯ୍ୟନ୍ତ ଚାଲି ସମଗ୍ର ଶିକ୍ଷିତ ସମାଜ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପାଠଶାଳାରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବାବେଳେ ପାଠଶାଳାକୁ ଆସି ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ଏବଂ ଛୋଟ ବେଳେ ପାଠଶାଳାରେ ଶିକ୍ଷା ଲାଭ କରି ଶିକ୍ଷିତ ହୋଇ ନିଜ ଗାଁରେ ସାନ ଭାଇଭଉଣୀ ମାନଙ୍କୁ ଶିକ୍ଷାଦାନ କରିବାର ସୁଯୋଗ ପାଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି ।

ଏଠାରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ମାନେ କୌଣସି ଦେୟ ଦେଇନଥାନ୍ତି କିମ୍ବା ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଉଣା ନେଇନଥାନ୍ତି । କେବଳ ଗାଁ ନୁହେଁ ଆଖ ପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ପାଠ ପଢ଼ାଇବାକୁ ଏହି ପାଠଶାଳାକୁ ଆସିଥାନ୍ତି । ବଳଭଦ୍ରପୁରର ଶିକ୍ଷିତ ସଂଖ୍ୟା ଓ ଶିକ୍ଷାପ୍ରତି ଏଭଳି ମନୋଭାବ ଦେଖି ପାଖଆଖ ଗାଁର ଲୋକମାନେ ଏହି ଗାଁକୁ ବିଦ୍ୟାନଗରୀ କହୁଛନ୍ତି । ତେବେ ଅନ୍ୟ ଗାଁ ମାନଙ୍କର ଯୁବ ଗୋଷ୍ଠୀ ମାନେ ଯଦି ଶିକ୍ଷା ପ୍ରତି ଏଭଳି ଆଗ୍ରହ ଦେଖାନ୍ତି ତେବେ ଜିଲ୍ଲାର କୋଣ ଅନୁକୋଣରେ ଶିକ୍ଷିତଙ୍କ ସଂଖ୍ୟା ବଢିବାରେ ଲାଗିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.