ETV Bharat / state

ବିନା ପାରିଶ୍ରମିକରେ ଚାଲିଛି ଗ୍ରୀଷ୍ମାବକାଶ ପାଠଶାଳା - summer vacation

ଖରା ଛୁଟିରେ ଛାତ୍ରଛାତ୍ରୀ ମାନେ କିପରି ଖେଳିବା ସହ ପାଠପଢାରେ ମନଯୋଗ ଦେବେ ସେନେଇ କେନ୍ଦ୍ରାପଡାରେ ଜାରି ରହିଛି ଗ୍ରୀଷ୍ମାବକାଶ ପାଠଶାଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡାଓ
author img

By

Published : Jun 13, 2019, 4:57 PM IST

Updated : Jun 14, 2019, 7:11 AM IST

କେନ୍ଦ୍ରାପଡା: ଆଧୁନିକତାର ଛାପରେ ଫିକା ପଡ଼ି ନାହିଁ ଶିକ୍ଷାର ମୂଲ୍ୟବୋଧ । ଜିଲ୍ଲାର ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଯୁବ ପରିଷଦ ଆନୁକୂଲ୍ୟରେ ଚାଲିଛି ଗ୍ରୀଷ୍ମକାଳୀନ ପାଠଶାଳା । ଗାଁର ଶିକ୍ଷିତ ଯୁବକ ଯୁବତୀ ମାନେ ସାନ ଭାଇଭଉଣୀ ମାନଙ୍କୁ ଶିକ୍ଷାଦାନ କରୁଛନ୍ତି ବିନା ପାରିଶ୍ରମିକରେ । ୧୯୭୭ ମସିହାରୁ ଆଜି ପର୍ଯ୍ୟନ୍ତ ଚାଲି ଆସିଥିବା ଏହି ପାଠଶାଳା ସମଗ୍ର ଶିକ୍ଷିତ ସମାଜ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

୧୯୭୭ ମସିହାରେ ବଲଭଦ୍ରପୁର ଗାଁର ଦୂର୍ଯ୍ୟୋଧନ ପରିଡାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ପାଠଶାଳା ଆଜି ପର୍ଯ୍ୟନ୍ତ ଚାଲି ସମଗ୍ର ଶିକ୍ଷିତ ସମାଜ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପାଠଶାଳାରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବାବେଳେ ପାଠଶାଳାକୁ ଆସି ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ଛୋଟ ବେଳେ ଏହି ପାଠଶାଳାରେ ଶିକ୍ଷାଲାଭ କରି ଶିକ୍ଷିତ ହୋଇ ନିଜ ଗାଁରେ ସାନ ଭାଇଭଉଣୀ ମାନଙ୍କୁ ଶିକ୍ଷାଦାନ କରିବାର ସୁଯୋଗ ପାଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି ।

ଏଠାରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ମାନେ କୌଣସି ଦେୟ ଦେଇନଥାନ୍ତି କିମ୍ବା ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଉଣା ନେଇନଥାନ୍ତି । କେବଳ ଗାଁ ନୁହେଁ ଆଖପାଖ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ପାଠ ପଢ଼ାଇବାକୁ ଏହି ପାଠଶାଳାକୁ ଆସିଥାନ୍ତି । ବଳଭଦ୍ରପୁରର ଶିକ୍ଷିତ ସଂଖ୍ୟା ଓ ଶିକ୍ଷାପ୍ରତି ଏଭଳି ମନୋଭାବ ଦେଖି ପାଖଆଖ ଗାଁର ଲୋକମାନେ ଏହି ଗାଁକୁ ବିଦ୍ୟାନଗରୀ କହୁଥିଲା ବେଳେ ଅନ୍ୟ ଗାଁ ମାନଙ୍କର ଯୁବଗୋଷ୍ଠୀ ମାନେ ଯଦି ଶିକ୍ଷା ପ୍ରତି ଏଭଳି ଆଗ୍ରହ ଦେଖାନ୍ତି ତେବେ ଜିଲ୍ଲାର କୋଣ ଅନୁକୋଣରେ ଶିକ୍ଷିତଙ୍କ ସଂଖ୍ୟା ବଢିବାରେ ଲାଗିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 14, 2019, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.